ପଂଚମ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନ ତୃତୀୟ

ପଂଚମ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନ ତୃତୀୟ

ପଂଚମ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନ ତୃତୀୟ
ଭୁବନେଶ୍ୱର ; ବିଜେଡିର ବିଜୟଧାରା ଜାରି ରହିବା ସହ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏଭଳିକି ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ହେବାରେ ସେ ଦେଶର ତୃତୀୟ ରାଜନେତା । ୨୦୦୦ ମାର୍ଚ୍ଚ ୫ରୁ ଓଡିଶା ରାଜନୀତିର ମଙ୍ଗ ଧରିଥିବା ନବୀନଙ୍କୁ ଚଳିତ ଥର ବି ଓଡିଶାର ଜନସାଧାରଣର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରିଛନ୍ତି । ୧୯ ବର୍ଷ ହେଲା କ୍ଷମତାରେ ଥିବା ଶ୍ରୀ ପଟ୍ଟନାୟକଙ୍କୁ ଲୋକମାନେ ପଂଚମ ଥର ମଧ୍ୟ ରାଜ୍ୟର ଶାସନ ଭାର ସମ୍ଭାଳିବାର ସୁଯୋଗ ଦେଇଛନ୍ତି । ଏହା ସହ ସେ ୫ ଥର ମୁଖ୍ୟମନ୍ତ୍ରୀ କ୍ଲବରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସିକିମର ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ୧୯୯୪ରୁ ବର୍ତମାନ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ ଦେଶର ସର୍ବାଧିକ ଦିନ ମୁଖ୍ୟମନ୍ତ୍ରୀ ରହିଥିବା ରାଜନେତାର ମାନ୍ୟତା ପାଇଛନ୍ତି । ସେ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି । ତାଙ୍କ ପଛକୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ୧୯୭୭ରୁ ୨୦୦୦ ନଭେମ୍ବର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ହେବାରେ ଦେଶର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି କ୍ରମରେ ନବୀନ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତର ଅନ୍ୟ କିଛି ରାଜନେତା ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ନ ଥିଲେ ମଧ୍ର ଲୋକମାନେ ସେମାନଙ୍କୁ ବିଭିନ୍ନ ସମୟରେ ୫ ଥର ରାଜ୍ୟର ଶାସନ ଡୋରୀ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶର ଗେଗଙ୍ଗ ଆପଙ୍ଗ, ମିଜୋରାମର ଲାଲ ଥାନାଲା, ହିମାଚଳ ପ୍ରଦୋରର ବୀରଭଦ୍ର ସଂହ ପ୍ରମୁଖ ରହିଛନ୍ତି ।