ସୁପ୍ରିମକୋର୍ଟର ୪ ନୂଆ ବିଚାରପତି କଲେ ଶପଥ ପାଠ

ସୁପ୍ରିମକୋର୍ଟର ୪ ନୂଆ ବିଚାରପତି କଲେ ଶପଥ ପାଠ

ସୁପ୍ରିମକୋର୍ଟର ୪ ନୂଆ ବିଚାରପତି କଲେ ଶପଥ ପାଠ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତି ପାଇଥିବା ୪ ଜଣ ବିଚାରପତିଙ୍କୁ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ ଶପଥ ପାଠ କରାଇଛନ୍ତି। ଏହା ସହିତ ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ମୋଟ୍ ବିଚାରପତି ସଂଖ୍ୟା ୩୧ ହୋଇଛି। ରାଷ୍ଟ୍ରପତି ବୁଧବାର ଚାରି ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିରେ ବମ୍ବେ ହାଇକୋର୍ଟର ଜଷ୍ଟିସ ବିଆର ଗବଇ, ହିମାଚଳ ପ୍ରଦେଶ ହାଇକୋର୍ଟର ସୂର୍ଯ୍ୟକାନ୍ତ, ଝାରଖଣ୍ଡ ହାଇକୋର୍ଟର ଅନିରୁଦ୍ଧ ବୋସ ଓ ଗୌହ୍ଵାଟୀ ହାଇକୋର୍ଟର ଜଜ ଏ.ଏସ.ବୋପନ୍ନା ସୁପ୍ରିମକୋର୍ଟର ବିଚାରପତି ରୂପେ ଶପଥ ନେଇଛନ୍ତି। ଏହା ପୂର୍ବରୁ ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା । ଏହି ୪ ଜଣ ନୂତନ ବିଚାରପତି ଭାବେ ଶପଥ ପାଠ କରିବା ପରେ ଏବେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି।