ପାକିସ୍ତାନକୁ ପରମାଣୁ ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ପାକିସ୍ତାନକୁ ପରମାଣୁ ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ପାକିସ୍ତାନକୁ ପରମାଣୁ ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ: ପାକିସ୍ତାନକୁ ପରମାଣୁ ଆକ୍ରମଣ ନେଇ ଭାରତ ପରୋକ୍ଷଭାବେ ଚେତାବନୀ ଦେଇଛି । ପାକିସ୍ତାନ ଉପରେ ପରମାଣୁ ଆକ୍ରମଣ କରାଯିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପରୋକ୍ଷଭାବେ ଚେତାବନୀ ଦେଇଛନ୍ତି । ପରମାଣୁ ଅସ୍ତ୍ର ପ୍ରୟୋଗ ସମ୍ପର୍କରେ ରାଜନାଥ ସିଂହ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ପରମାଣୁ ଅସ୍ତ୍ର ବ୍ୟବହାର ‘ପ୍ରଥମେ ନୁହେଁ’ ନୀତିରେ ଆମେ ରହିଛୁ । ଆମେ କାହା ଉପରେ ପ୍ରଥମେ ପରମାଣୁ ଆକ୍ରମଣ କରିବୁ ନାହିଁ । କିନ୍ତୁ ଭବିଷ୍ୟତରେ କଣ ହେବ ତାହା ପରିସ୍ଥିତି ନିର୍ଦ୍ଧାରଣ କରିବ ବୋଲି ରାଜନାଥ କହିଛନ୍ତି ।