ଆବୁଧାବୀରେ ମୋଦିଙ୍କୁ ସର୍ବୋଚ୍ଚ ସିଭିଲିଆନ୍‌ ଆଓ୍ୱାର୍ଡ

ଆବୁଧାବୀରେ ମୋଦିଙ୍କୁ ସର୍ବୋଚ୍ଚ ସିଭିଲିଆନ୍‌ ଆଓ୍ୱାର୍ଡ

ଆବୁଧାବୀରେ ମୋଦିଙ୍କୁ ସର୍ବୋଚ୍ଚ ସିଭିଲିଆନ୍‌ ଆଓ୍ୱାର୍ଡ
ଅବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଜାୟେଦ୍’ ଆଜି ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ । ପ୍ରଧାନମନ୍ତ୍ରୀ ଆଜି ଏହି ସମ୍ମାନ ଗ୍ରହଣ କରିବା ପୂର୍ବରୁ ପ୍ରଥମେ ୟୁଏଇର ଶାସକଙ୍କ ସହିତ ଦ୍ୱିପାକ୍ଷିକ ପ୍ରତିନିଧି ସ୍ତରୀୟ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଆତଙ୍କବାଦ ବିରୋଧୀ ଲଢେ଼ଇରେ ଭାରତ ସହିତ ଯୁଏଇ ସର୍ବଦା ଦୃଢ଼ତାର ସହିତ ରହି ଆସିଛି । ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ରାଷ୍ଟ୍ର ମୁଖ୍ୟମାନଙ୍କୁ ଦିଆଯାଇଥାଏ । ଏହି ସମ୍ମାନ ୨୦୦୭ରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୧୬ରେ ମହାରାଣୀ ଏଲିଜାବେଥ ଏବଂ ୨୦୧୮ରେ ଚୀନ ରାଷ୍ଟପ୍ରତି ସି. ଜିନପିଙ୍ଗଙ୍କୁ ପ୍ରଦାନ କରାଯାଇଥିଲା । ମୋଦି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ ୨ ଥର ୟୁଏଇର ଗସ୍ତ କରିଛନ୍ତି । ଅନ୍ୟ ପକ୍ଷରେ ୟୁଏଇର ଶାସକ ଶେଖ ମହମ୍ମଦ ବିନ୍ ଜାୟେଦ ମଧ୍ୟ ବିଗତ ୩ ବର୍ଷରେ ୨ ଥର ଭାରତ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ୟୁଏଇରୁ ବାହାରିନ ଗସ୍ତରେ ଯିବେ ।