‘୫ ଟି’ ଉପରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଗୁରୁତ୍ୱ

‘୫ ଟି’ ଉପରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଗୁରୁତ୍ୱ

‘୫ ଟି’ ଉପରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଗୁରୁତ୍ୱ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘୫ ଟି’କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବ ସୂଚନା ଓ ଲୋକସମ୍ପର୍କ ବିଭାଗ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗର ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ ନିଦେ୍ର୍ଧଶକ କୃପାସିନ୍ଧୁ ମିଶ୍ର କହିଲେ, ସରକାର ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସରକାରଙ୍କ ଲୋକାଭିମୁଖୀ ଯୋଜନାର ବାର୍ତ୍ତା, ଏହାର ପ୍ରୟୋଗ ପ୍ରଣାଳୀ ଓ ସୁଫଳକୁ ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି । ଏଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଉପଖଣ୍ଡ, ଜିଲ୍ଲା ଓ ରାଜ୍ୟ ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ପଦାଧିକାରୀ ଆନ୍ତରିକତାର ସହ କାର୍ଯ୍ୟ କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଗଣମାଧ୍ୟମ ଜରିଆରେ ସରକାରଙ୍କ ସଫଳତାକୁ ପହଞ୍ଚାଇବା ପାଇଁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ କାର୍ଯ୍ୟକ୍ରମର ଡିଜିଟାଲ ପଦ୍ଧତିରେ ସଂରକ୍ଷଣ ବ୍ୟବସ୍ଥା, ବିଜ୍ଞାପନଗୁଡ଼ିକର ଅନଲାଇନ ମାଧ୍ୟମରେ ଗ୍ରହଣ ଓ ପ୍ରେରଣ, ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର କିଛି ପ୍ରମୁଖ ବିଷୟକୁ ଫେସବୁକ୍ରେ ଅପଲୋଡ଼ କରାଯିବା, ଲୋକସମ୍ପର୍କ ବିଭାଗର କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ନିଜ ବ୍ୟବହାର ଓ ମାର୍ଜିତ କଥାବାର୍ତ୍ତା ଜରିଆରେ ଲୋକଙ୍କ ଆସ୍ଥାଭାଜନ ହେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଯୁଗ୍ମ ନିଦେ୍ର୍ଧଶକ ବିପିନ ବିହାରୀ ବାିରକ ଓ ସୁବାସ ଚନ୍ଦ୍ର ସୂପକାର, ଉପ ଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା, ଅର୍ଥ ପରାମର୍ଶଦାତା ଡି.ପି ବନଛୋରଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।