ଇସ୍ତଫା ଦେଲେ ଆଇଏଏସ୍ ଅଧିକାରୀ

ଇସ୍ତଫା ଦେଲେ ଆଇଏଏସ୍ ଅଧିକାରୀ

ନୂଆଦିଲ୍ଲୀ: ଯୁବ ଆଇଏଏସ୍ ଅଧିକାରୀ କେ.ଗୋପୀନାଥନ ୨୦୧୮ ସେପ୍ଟେମ୍ବରରେ କେରଳ ବନ୍ୟା ସମୟରେ ତାଙ୍କର ଦକ୍ଷତା ଓ ସେବା କାର୍ଯ୍ୟ ପାଇଁ ବେଶ୍ ପ୍ରଶଂସନୀୟ ହୋଇଥିଲେ । ସେ ସମୟରେ ଦାଦ୍ରା ଏବଂ ନଗର ହାଭେଳିର ଜିଲ୍ଲାପାଳ ଥିବା ଏହି ଅଧିକାରୀ କେରଳରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ତେବେ ସେ ଜଣେ ଜିଲ୍ଲାପାଳ ବୋଲି କାହାକୁ ନିଜର ପରିଚୟ ଦେଇନଥିଲେ । ଅନ୍ୟ ଜଣେ ଅଫିସର ତାଙ୍କୁ ଚିହ୍ନଟ କରିବା ପରେ ହିଁ ତାଙ୍କ ପରିଚୟ ଜଣାପଡ଼ିଥିଲା । କିନ୍ତୁ ବର୍ଷକ ପରେ ଏହି ଆଇଏଏସ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଗତ ୨୧ ତାରିଖରେ ଗୃହ ସଚିବଙ୍କୁ ଏକ ଚିଠି ଲେଖି ଗୋପୀନାଥନ କହିଛନ୍ତି, ଭାରତୀୟ ପ୍ରଶାସନିକ ସେବାରୁ ସେ ଇସ୍ତଫା ଦେବାକୁଚାହିଁଲେ । କାରଣ ସେ ଲୋକଙ୍କୁ ସ୍ୱର ଉତ୍ତୋଳନ କରିବାର ସୁଯୋଗ ଦେବା ପାଇଁ ଏହି ସେବାରେ ଯୋଗ ଦେଇଥିଲେ । କିନ୍ତୁ ତାଙ୍କର ନିଜର ଯେଉଁଠି ସ୍ୱାଧୀନ ମତବ୍ୟକ୍ତ କରିବାର କିଛି ଅଧିକାର ନାହିଁ ସେଠି ସେ ଅନ୍ୟମାନଙ୍କୁ କ’ଣ କହିବେ । ସେ କହିଛନ୍ତି ତାଙ୍କୁ ଇସ୍ତଫା ଖବର କାହା ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ସେ ଜାଣନ୍ତି । କିନ୍ତୁ ସେ ଆଉ ପ୍ରଶାସନିକ ସେବାରେ ରହିବେ ନାହିଁ ବୋଲି ଦୃଢ଼ ନିଷ୍ପତ୍ତି ନେଇ ସାରିଛନ୍ତି ।