ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଗିରଫ

ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଗିରଫ

ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଗିରଫ
ଲକ୍ଷ୍ନୌ: ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀଙ୍କୁ ଶେଷରେ ଗିରଫ କରାଯାଇଛି । ଏସ୍‌ଆଇଟି ଓ ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଛି । ଏସ୍‌ଆଇଟି ଟିମ୍‌ ପ୍ରଥମେ ଚିନ୍ମୟାନନ୍ଦଙ୍କୁ ଟ୍ରମା ସେଣ୍ଟର୍‌ ନିଆଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବାର ରହିଛି । ଗୁରୁବାର ବିଳମ୍ବିତ ରାତିରେ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା । ତାଙ୍କୁ ନେବାକୁ ଆମ୍ବୁଲାନ୍ସ ଡକାଯାଇଥିଲା । ଏହି ସମୟରେ ଏସ୍‌ଆଇଟି ଟିମ୍‌ ତାଙ୍କ ଆଶ୍ରମରେ ପହଁଚିଥିଲା । ଏସ୍‌ଆଇଟ୍‌ ତାଙ୍କୁ କାଗଜପତ୍ର ମାଗିଥିଲା । ଆବଶ୍ୟକ ମୁତାବକ କାଗଜପତ୍ର ନ ଦେଇପାରିବାରୁ ତାଙ୍କୁ ଗିରଫ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ଚିନ୍ମୟାନନ୍ଦଙ୍କ ଉପରେ ଅପହରଣ ଓ ବଳାତ୍କାର ଅଭିଯୋଗ କରିଛନ୍ତି ଆଇନ ଛାତ୍ରୀ । ଏହା ପରେ ଏକ ବର୍ଷ ପର୍ୟ୍ୟନ୍ତ ମୋର ଶାରୀରିକ ଶୋଷଣ କରିଥିଲେ । ମାତ୍ର ସାହଜହାନପୁର ପୋଲିସ ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରୁନାହିଁ ବୋଲି ପିଡ଼ୀତା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇଟି ମାମଲାର ତଦନ୍ତ କରୁଛି ।