ଆଜି ପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେବେ

ଆଜି ପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେବେ

ଆଜି ପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେବେ
ଭୁବନେଶ୍ୱର: ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। କଟକ ଲୋକସଭା ଆସନରୁ ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କୁ ବିଜେପି ପାର୍ଥି କରିପାରେ। ପୂର୍ବରୁ ପ୍ରକାଶ ମିଶ୍ର ବିଜେପିରେ ଯୋଗଦେବା ଏବଂ କଟକରୁ ପାର୍ଥି ହେବା କଥା ଉଠିଥିଲେ ମଧ୍ୟ କଥା ପୁଣି ଥମି ଯାଇଥିଲା।ପରବର୍ତ୍ତୀ ମୁହୂର୍ତ୍ତରେ ଆଇନଜୀବୀ ପିତାମ୍ବର ଆଚାର‌୍ୟ୍ୟଙ୍କୁ ବିଜେପି କଟକ ଲୋକସଭା ଆସନରୁ ପାର୍ଥି କରିପାରେ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଏବେ ପ୍ରକାଶ ମିଶ୍ରଙ୍କୁ ବିଜେପି ପାର୍ଥି କରିବା ନିଷ୍ପତି ନେଇ ସାରିଥିବା ସୂଚନା ମିଳୁଛି।