ଗୋଟିଏ ଦିନ ଗସ୍ତରେ ପ୍ରଭାବ କିଛି ପଡ଼ିବନାହିଁ : ଜୁଏଲ ଓରାମ

ଗୋଟିଏ ଦିନ ଗସ୍ତରେ ପ୍ରଭାବ କିଛି ପଡ଼ିବନାହିଁ : ଜୁଏଲ ଓରାମ

ଗୋଟିଏ ଦିନ ଗସ୍ତରେ ପ୍ରଭାବ କିଛି ପଡ଼ିବନାହିଁ  : ଜୁଏଲ ଓରାମ
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଉରକେଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିଜେପି ନେତା ଜୁଏଲ ଓରାମ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଏବେ ସୁନ୍ଦରଗଡ଼ ମନ୍ତ୍ରୀ ଶୂନ୍ୟ ଜିଲ୍ଲା । ଏଠି ଆଦିବାସୀଙ୍କ ମହତ୍ୱ ନାହିଁ । ଆଦିବାସୀ ନେତୃତ୍ୱଙ୍କୁ ମହତ୍ୱ ନଦେଲେ ବିଜେଡି ଆଗକୁ ବଢି ପାରିବନି । କେନ୍ଦ୍ର ୮୦ ପ୍ରତିଶତ ଅନୁଦାନ ଦେଉଛି । ତେବେ ରାଜ୍ୟ ସରକାର ନିଜ ନାଁ ନେଉଛନ୍ତି । ଗୋଟିଏ ଦିନ ଗସ୍ତରେ ଆସି ଏଠି ହାଉଲିଙ୍ଗ କରୁଛନ୍ତି । ଏହାର ପ୍ରଭାବ ଏଠାରେ କିଛି ପଡ଼ିବନାହିଁ ବୋଲି ଜୁଏଲ ଓରାମ କହିଛନ୍ତି । ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ବିପିୟୁଟି ପରିସରରେ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ। ଏଥିସହ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ମୋଟ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ପାଇଁ ୪,୯୧୫ କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି। ଏଥିମଧ୍ୟରୁ ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି ଟଙ୍କା । ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟି ଟଙ୍କା । ପାନୀୟ ଜଳ ପାଇଁ ୧, ୬୧୧ କୋଟି ଟଙ୍କା । ବିଦ୍ୟୁତ୍ ଶକ୍ତି ଯୋଗାଣ ପାଇଁ ୩୮ କୋଟି ଟଙ୍କା । ଭିତ୍ତିଭୂମି ଉନ୍ନୟନ ପାଇଁ ୬୭ କୋଟି ଟଙ୍କା। ସେହିପରି ୩୨୦ କୋଟିର ଜଳସେଚନ, ୧୧୧କୋଟି ର ସ୍ୱାସ୍ଥ୍ୟସେବା, ୧୦୬୦ କୋଟିର ରାସ୍ତାଘାଟର ବିକାଶ, ୩୬୬ କୋଟିର ଶିକ୍ଷା ପ୍ରକଳ୍ପ । ଅନୁରୂପ ଭାବେ ୨୫୦ କୋଟିର ପରିମଳ, ୨୧୬ କୋଟିର ଜୀବିକା ବିକାଶ, ୪୭୧ କୋଟିର ସ୍ମାର୍ଟ ସିଟି ପ୍ରକଳ୍ପ , ୩୮ କୋଟିର ବିଦ୍ୟୁତଶକ୍ତି ଯୋଗାଣ, ୬୭ କୋଟି ଭିତ୍ତିଭୂମି ଉନ୍ନୟନ, ୧୨ କୋଟିର ପରିବେଶ ସୁରକ୍ଷା, ୧୫ କୋଟିର ଦକ୍ଷତା ବିକାଶ ଓ ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ ରହିଛି ।