ପୁଣି ବଢିଲା ତୈଳ ଦର
ପୁଣି ବଢିଲା ତୈଳ ଦର
admin
Feb 16, 2021 - 10:27
Updated: Feb 16, 2021 - 10:27
ନୂଆଦିଲ୍ଲୀ: କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି । ତୈଳ ବିତରଣ କମ୍ପାନୀ ଗୁଡ଼ିକ ମଙ୍ଗଳବାର ପେଟ୍ରୋଲ ଦର ସାରା ଦୋରେ ୨୬-୩୦ ପଇସା ବୃଦ୍ଧି କରିଥିବା ବେଳେ ଡିଜେଳ ଦରରେ ୩୩-୩୮ ପଇସା ବୃଦ୍ଧି ହୋଇଛି।
ତୈଳ ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଦର ୮୯.୨୯ ଟଙ୍କା ପ୍ରତି ଲିଟର ହୋଇଥିବା ବେଳେ ଡିଜଲେ ଦର ୭୯.୭୦ ଟଙ୍କା ପ୍ରତି ଲିଟର ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ୯୫.୭୫ ଟଙ୍କାରେ ମିଳୁଥିବା ବେଳେ ଡିଜେଲ ଦର ୮୭.୭୨ ଟଙ୍କା ପ୍ରତି ଲିଟର ରହିଛି।
ସେହିପରି ଭୁବନେଶ୍ବରରେ ପେଟ୍ରୋଲ ୨ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୧୦ ପଇସା ବୃଦ୍ଧି ପାଇଛି। ଫେବ୍ରୁଆରୀ ୧୫ ତାରିଖରେ ପେଟ୍ରୋଲ ଲିଟର ପିଛା ୯୦.୧୫ ଟଙ୍କାରେ ମିଳୁଥିବା ବେଳେ ତାହା ୧୬ ତାରିଖରେ ୯୦.୧୭ ଟଙ୍କାରେ ମିଳୁଛି। ସେହିପରି କଟକରେ ୯୦.୧୦ ଟଙ୍କା ଗଜପତିରେ ୯୨.୧୨ ଟଙ୍କା ରହିଛି। ଭୁବନଶ୍ବରରେ ଡିଜେଳ ଲିଟର ପିଛା ୮୭.୦୧ ଟଙ୍କାରେ ମିଳୁଥିବା ବେଳେ କଟକରେ ୮୬.୯୫ ଟଙ୍କା ପ୍ରତି ଲିଟର ରହିଛି।