ମାଡ ମାରିବା ସହ ଇଲେକ୍ଟ୍ରିକ ସକ ଖାଇଲେ ୪ ନାବାଳକ

ମାଡ ମାରିବା ସହ ଇଲେକ୍ଟ୍ରିକ ସକ ଖାଇଲେ ୪ ନାବାଳକ

ମାଡ ମାରିବା ସହ ଇଲେକ୍ଟ୍ରିକ ସକ ଖାଇଲେ ୪ ନାବାଳକ
ମାଲକାନଗିରି: ଚୋରି ଅଭିଯୋଗରେ ୪ ନାବାଳକଙ୍କୁ ପୁଲିସ ଘରୁ ଉଠାଇ ଆଣିଲା । ୩ ଦିନ ଧରି ଥାନାରେ ରଖି ନିର୍ଯାତନା ଦେଲା । ମାଡ ମାରିବା ସହ ଇଲେକ୍ଟ୍ରିକ ସକ ଦେଲା । ଚାରି ନାବାଳକଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିବା ପରେ ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ନ୍ୟାୟ ସହ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଦିବାସୀ ଅଧୁ୍ୟଷିତ ଚିତ୍ରକୋଣ୍ଡା ଥାନାରେ ଘଟିଥିବା ଏଭଳି ଅମାନବୀୟ ଘଟଣା ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଏକ ଚୋରି ଅଭିଯୋଗରେ ଗତ ଶନିବାର ଚିତ୍ରକୋଣ୍ଡା ପୋଲିସ ସହରର ୪ ନାବାଳକଙ୍କୁ ଧରିଥିଲା । ସେବେଠାରୁ ସେମାନଙ୍କୁ ଥାନା ହାଜତରେ ଅଟକ ରଖି ନିର୍ଯାତନା ଦେଉଥିଲା । ପରିବାର ଲୋକେ ଏସପିଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୁକ୍ତ ୪ ନାବାଳକଙ୍କୁ କୋର୍ଟଚାଲାଣ କରାଯାଇଛି । ଅନ୍ୟପକ୍ଷରେ ଚିତ୍ରକୋଣ୍ଡା ଥାନାଧିକାରୀ ସତ୍ୟପ୍ରକାଶ ନାୟକ ଅଭିଯୋଗରେ କୌଣସି ସତ୍ୟତା ନାହିଁ , ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ।