ସିଜିଏସଟି ମାମଲାର ଶୁଣାଣି ପାଇଁ ରାଜି ସୁପ୍ରିମକୋର୍ଟ

ସିଜିଏସଟି ମାମଲାର ଶୁଣାଣି ପାଇଁ ରାଜି ସୁପ୍ରିମକୋର୍ଟ

ସିଜିଏସଟି ମାମଲାର ଶୁଣାଣି ପାଇଁ ରାଜି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଜିଏସଟି( ସିଜିଏସଟି) ମାମଲାର ଅଭିଯୁକ୍ତଙ୍କୁ ଗିରଫ କରାଯିବ କି ନାହିଁ, ସେ ସଂକ୍ରାନ୍ତ ଏକ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ବୁଧବାର ରାଜି ହୋଇଛନ୍ତି । ଏଥିସହ ଏଭଳି ମାମଲାର ଶୁଣାଣି ନ କରିବା ପାଇଁ ହାଇକୋର୍ଟଗୁଡିକୁ କହିଛନ୍ତି । ଉଲ୍ଲଖଯୋଗ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିଜିଏସଟି ମାମଲାରେ ଅଭିଯୁକ୍ତଙ୍କୁ ଏଫଆଇଆର ବିନା ଗିରଫ କରାଯାଇ ପାରିବ କି ନାହିଁ ତାହା ଉପରେ ସ୍ପଷ୍ଟୀକରଣ ପାଇଁ କେନ୍ଦ୍ର ସରକାର ଚାହିଁଥିଲେ । ସରକାର ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ଏଭଳି ଅଭିଯୁକ୍ତଙ୍କୁ କେନ୍ଦ୍ର ସରକାର ଗିରଫ କରିପାରିବେ ବୋଲି ଆଇନରେ ବ୍ୟବସ୍ଥା ରହିଛି । ତଥାପି ଏ ବାବଦରେ ସ୍ପଷ୍ଟ ହେବା ଆବଶ୍ୟକ ବୋଲି ସରକାର କହିଥିଲେ ।