ବିଧାୟକ ଭାବେ ଶପଥ ନେଲେ ନବୀନ

ବିଧାୟକ ଭାବେ ଶପଥ ନେଲେ ନବୀନ

ବିଧାୟକ ଭାବେ ଶପଥ ନେଲେ ନବୀନ
ଭୁବନେଶ୍ବର: ନବୀନ ସରକାରଙ୍କ ପଂଚମ ପାଳିରେ ପ୍ରଥମ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାରେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି କାମଚଳା ବାଚସ୍ପତି ଅମର ଶତପଥୀ । ମୁଖ୍ୟମନ୍ତ୍ରୀଙ୍କ ପରେ ଅନ୍ୟ ନବ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଶପଥ ନେଉଛନ୍ତି । ଏହା ଆଜି ୫ଟା ଯାଏଁ ଚାଲିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ ଆଗାମୀ ୧ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।