ଏଜିଆର ଦେୟ ପ୍ରଦାନ ପାଇଁ ଟେଲିକମ କମ୍ପାନୀଙ୍କୁ ୧୦ ବର୍ଷର ମହଲତ

ଏଜିଆର ଦେୟ ପ୍ରଦାନ ପାଇଁ ଟେଲିକମ କମ୍ପାନୀଙ୍କୁ ୧୦ ବର୍ଷର ମହଲତ

ଏଜିଆର ଦେୟ ପ୍ରଦାନ ପାଇଁ ଟେଲିକମ କମ୍ପାନୀଙ୍କୁ ୧୦ ବର୍ଷର ମହଲତ
ନୂଆଦିଲ୍ଳୀ : ବିଭିନ୍ନ ଟେଲିକମ୍ କମ୍ପାନୀ ଗୁଡିକର ଏଜିଆ ଦେୟ ବକେୟା ରହିଥିବା ବେଳେ ଆଜି ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ରିହାତି ପ୍ରଦାନ କରାଯାଇଛି । ଏହି ସମସ୍ତ ଟେଲିକମ କମ୍ପାନୀ ଗୁଡିକୁ ୧୦ ବର୍ଷର ମହଲତ ପ୍ରଦାନ କରାଯାଇଛି । ଜଷ୍ଟିସ ଅରୁଣ ମିଶ୍ର, ଏସ ଅବଦୁଲ ନଜିର ଏବଂ ଏମ ଆର ଶାହଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏହା ସହିତ ଆସନ୍ତା ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ସମସ୍ତ କମ୍ପାନୀ ନିଜର ବକେୟା ରାଶିର ୧୦ ପ୍ରତିଶତ ପ୍ରଦାନ କରିବା ଉଚିତ । ଏହା ସହିତ ଆବଶ୍ୟକ ଅର୍ଥ ପ୍ରଦାନ ନ କଲେ କମ୍ପାନୀ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମାମଲାର ଶୁଣାଣି ସମୟରେ ଟାଟା ପକ୍ଷରୁ ୭-୧୦ ବର୍ଷର ସମୟ ମଗା ଯାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ପକ୍ଷର ୧୫ ବର୍ଷର ସମୟ ମଗାଯାଇଥିଲା ।