ଦୀପାବଳିରେ ହୋଇଛି ୭୨ ହଜାର କୋଟିର ବେପାର!

ଦୀପାବଳିରେ ହୋଇଛି ୭୨ ହଜାର କୋଟିର ବେପାର!

ଦୀପାବଳିରେ ହୋଇଛି ୭୨ ହଜାର କୋଟିର ବେପାର!
ନୂଆଦିଲ୍ଲୀ : ଚଳିତ ଦୀପାବଳିରେ ପ୍ରାୟ ୭୨ ହଜାର କୋଟି ଟଙ୍କାର ବେପାର ହୋଇଥିବା ନେଇ ସର୍ବଭାରତୀୟ ବଣିକ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ପ୍ରାୟ ୭ କୋଟି ବ୍ୟବସାୟୀ ଏବଂ ୪୦ ହଜାର ବ୍ୟବସାୟୀ ସଂଘକୁ ନେଇ ଗଠିତ ସିଏଆଇଟି ଏହି ସୂଚନା ପ୍ରଦାନ କରିଛି । ୨୦ଟି ସହରରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଏହି ତଥ୍ୟ ପ୍ରକାଶ ପାଇଛି । ଚଳିତ ବର୍ଷ ହୋଇଥିବା ବ୍ୟବସାୟ ପୂର୍ବବର୍ଷ ଅପେକ୍ଷା ୧୦.୮ ପ୍ରତିଶତ ଅଧିକ । ଚୀନ ଉପôାଦ ବର୍ଜନ ଚଳିତ ବର୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଲାଭବାନ ସାବ୍ୟସ୍ତ ହୋଇଛି ବୋଲି ପ୍ରକାଶ ପାଇଛି । ଚଳିତ ବର୍ଷ ବାଣ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ବାଣ ବେପାରୀ ପ୍ରାୟ ୧୦ ହଜାର କୋଟି ଟଙ୍କା ହରାଇଛନ୍ତି । ତେବେ ଗ୍ରାହକ ମାନେ ଏହା ପରିବର୍ତ୍ତେ ଅନ୍ୟାନ୍ୟ ଉପହାର ଏବଂ ଉପôାଦ କିଣିଥିଲେ, ଯାହା ଫଳରେ ବାଣ ବ୍ୟବସାୟରେ ୧୦ ହଜାର କୋଟିର କ୍ଷତି ସତ୍ତ୍ୱେ ସମୁଦାୟ ବେପାର ଗତବର୍ଷ ଅପେକ୍ଷା ଅଧିକ ରହିଛି । ମାଟି ଦୀପ ସହିତ ଅନ୍ୟାନ୍ୟ ହସ୍ତନିର୍ମିତ ପଦାର୍ଥର ବିକ୍ରିବଟା ଅଧିକ ହୋଇଥିବା ଜଣାପଡିଛି । ଏହା ସହିତ ସିଏଆଇଟି ପକ୍ଷରୁ ଏହାର ନିଜସ୍ୱ ଇ କମର୍ସ ପୋର୍ଟାଲ ଲଞ୍ଚ ହେବାକୁ ଯାଉଛି । ଭାରତ ଏକ ମାର୍କେଟ ନାମକ ଇ କମର୍ସ ପୋର୍ଟାଲ ଆସନ୍ତା ଡିସେମ୍ବର ମାସରେ ଲଞ୍ଚ ହେବାକୁ ଯାଉଛି । ଡିପିଆଇଆଇଟି, ଷ୍ଟାର୍ଟଅପ ଇଣ୍ଡିଆ, ଇନଭେଷ୍ଟ ଇଣ୍ଡିଆ ଏବଂ ଅଭାନା କ୍ୟାପିଟାଲ୍ସର ମିଳିତ ଉଦ୍ୟମରେ ଏହି ଇ କମର୍ସ ପୋର୍ଟାଲ ନିର୍ମିତ ହେବ । ଦେଶରେ ରହିଥିବା ସମସ୍ତ ବିକ୍ରେତାଙ୍କୁ ଅନଲାଇନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇଛି ।