ଆସିବ ୧୦୦ ଟଙ୍କିଆ ବାର୍ଣ୍ଣିସ ନୋଟ୍

ଆସିବ ୧୦୦ ଟଙ୍କିଆ ବାର୍ଣ୍ଣିସ ନୋଟ୍

ଆସିବ ୧୦୦ ଟଙ୍କିଆ ବାର୍ଣ୍ଣିସ ନୋଟ୍
ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ବା ବାର୍ଣ୍ଣିସ ନୋଟ୍ ଦେଶରେ ପ୍ରଚଳନ ପାଇଁ ଯୋଜନା ରଖିଛି । ନୋଟ୍ର ଜୀବନ କାଳ ବୃଦ୍ଧି କରି ଛପା ବାବଦ ଖର୍ଚ୍ଚ ହ୍ରାସ କରିବା ସହିତ ଦୃଷ୍ଟିହୀନଙ୍କୁ ସହଜରେ ନୋଟ ଚିହ୍ନିବା ସୁବିଧା ପ୍ରଦାନ ପାଇଁ ରିଜର୍ଭ ବ୍ୟାଙ୍କ ଏଭଳି ଚିନ୍ତା କରିଛି । ପରୀକ୍ଷା ମୂଳକ ଭାବେ ଏହାର ଆରମ୍ଭ କରାଯିଂବ । ୨୦୧୮-୧୯ ବର୍ଷ ପାଇଁ ପ୍ରସ୍ତୁତ ବାର୍ଷିକ ରିପୋର୍ଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା କୁହାଯାଇଛି । ୨୦୧୭-୧୮ରେ ବାର୍ଷିକ ରିପୋର୍ଟରେ ମଧ୍ୟ ରିଜର୍ଭ ବ୍ୟାଙ୍କ ଏ ନେଇ ସୂଚନା ଦେଇଥିଲା । ବାର୍ଣ୍ଣିସ ବ୍ୟାଙ୍କ ନୋଟ୍ ଆସିଲେ ତାହାର ସ୍ଥାୟିତ୍ୱ ବଢ଼ିଯିବା ଚିରାଫଟା ନୋଟକୁ ବଦଳାଇବା ପାଇଁ ଆବଶ୍ୟକ ହେଉଥିବା ନୂଆ ନୋଟର ଆବଶ୍ୟକତା ହ୍ରାସ ପାଇବ । ଫଳରେ ନୋଟ୍ ଛାପିବା ବାବଦ ମୋଟ ଖର୍ଚ୍ଚ ହ୍ରାସ ପାଇବ ।