ଦାରିଦ୍ର୍ୟ ହାର କମିବା ନେଇ ଭାରତକୁ ବିଶ୍ୱ ବ୍ୟାଙ୍କର ପ୍ରଶଂସା

ଦାରିଦ୍ର୍ୟ ହାର କମିବା ନେଇ ଭାରତକୁ ବିଶ୍ୱ ବ୍ୟାଙ୍କର ପ୍ରଶଂସା

ଦାରିଦ୍ର୍ୟ ହାର କମିବା ନେଇ ଭାରତକୁ ବିଶ୍ୱ ବ୍ୟାଙ୍କର ପ୍ରଶଂସା
୧୯୯୦ ପରେ ଦେଶର ଗରିବଙ୍କ ସଂଖ୍ୟା ଅଧା କମିଛି ୱାଂଶିଟନ : ନିକଟରେ ଦେଶର ଆର୍ଥିକ ଅଭିବୃଦ୍ଧିକୁ ନେଇ ତୀବ୍ର ସମାଲୋଚନା ପରେ ବିଶ୍ୱ ବ୍ୟାଙ୍କ ଆଜି ଦାରିଦ୍ର୍ୟ ହାରରେ ହ୍ରାସ ଘଟାଇଥିବା ନେଇ ଭାରତକୁ ପ୍ରଶଂସା କରିଛି । ୧୯୯୦ ପରେ ଦେଶରେ ଗରିବଙ୍କ ସଂଖ୍ୟା ଅଧା କମିଯାଇଛି । ୧୫ ବର୍ଷ ମଧ୍ୟରେ ଭାରତ ୭ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାର ହାସଲ କରିଛି । ଭାରତ ଦ୍ରାରିଦ୍ୟରେ ହ୍ରାସ ଘଟାଇବା ସହ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସଫଳତା ହାସଲ କରିଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ବାର୍ଷିକ ବୈଠକରେ ଅବ୍ୟବହିତ କୁହାଯାଇଛି । ବାର୍ଷିକ ଅଭିବୃଦ୍ଧି ହେଉ କି ଦାରିଦ୍ର୍ୟ କିମ୍ବା ମାନବ ବିକାଶ ସୂଚକାଙ୍କ ସବୁ କ୍ଷେତ୍ର ଭାରତ ଯଥେଷ୍ଟ ପ୍ରଗତି ହାସଲ କରିଛି । ଦେଶର ଏଭଳି ଅଭିବୃଦ୍ଧି ହାର ଆଗକୁ ଜାରି ରହିବ । ଆଉ ଏକ ଦଶକ ମଧ୍ୟରେ ଭାରତରୁ ଦାରିଦ୍ର୍ୟ ସମ୍ପୂର୍ଣ୍ଣ ଭାବେ ଦୂର ।ହୋଇଯିବ । ତେବେ ଭାରତକୁ ଏହି ଅଭିବୃଦ୍ଧି କ୍ଷେତ୍ରରେ କେତେକ ଆହ୍ୱାନକୁ ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ବିଶ୍ୱ ବ୍ୟାଙ୍କ କହିଛି । ଭାରତକୁ ଅଭିବୃଦ୍ଧିକୁ ବଜାୟ ରଖିବାକୁ ହେଲେ ଏହାର ବୃହତ ସମ୍ବଳକୁ ଦକ୍ଷ କରିବାକୁ ହେବ । ସହରାଞ୍ଚଳରେ ରହିଥିବା ସାମୂଦାୟିକ ଅର୍ଥ ବ୍ୟବସ୍ଥା ଜରିଆରେ ଗ୍ରାମୀଣ କ୍ଷେତ୍ରରେ କୃଷି ଉପôାଦନରେ ବୃଦ୍ଧି ଘଟାଇ ଚାଷ ଜମିର ଉତ୍ତମ ବ୍ୟବହାର କରିବାକୁ ହେବ । ଏ ଯାଏ ଭାରତର ୨୩୦ ନିୟୁତ ଲୋକ ଉପଯୁକ୍ତ ଭାବେ ବିଦୁ୍ୟତ ସଂଯୋଗ ପାଇପାରିନାହାନ୍ତି । ଦ୍ରୁତ ଅଭିବୃଦ୍ଧିକାରୀ ଅର୍ଥନୀତି ହୋଇଥିବା ଦୃଷ୍ଟିରୁ ଭାରତକୁ ଏହାର ଭିତ୍ତିଭୂମିରେ ନିବେଶ ଜରୁରୀ । ତେଣୁ ଦେଶକୁ ୨୦୩୦ ସୁଦ୍ଧା ଭିତ୍ତିଭୂମି କ୍ଷେତ୍ରରେ ଜିଡିପିର ୮.୮% କିମ୍ବା ବାର୍ଷିକ ୩୪୩ ବିଲିୟନ ଆମେରିକୀୟ ଡଲାର ନିବେଶ କରିବାକୁ ହେବ ବୋଲି ବିଶ୍ୱ ବ୍ୟାଙ୍କ କହିଛି ।