ପଡିବନି ପେଟ୍ରୋଲ ସେସ୍ ବୋଝ

ପଡିବନି ପେଟ୍ରୋଲ ସେସ୍ ବୋଝ

 ପଡିବନି ପେଟ୍ରୋଲ ସେସ୍ ବୋଝ
ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୧-୨୨ ବର୍ଷର ବଜେଟ୍ ଉପସ୍ଥାପନ ହୋଇଛି । ପେଟ୍ରୋଲ ଦର ବଢିବ ବୋଲି ବଜେଟରେ ଉଲ୍ଲେଖ ରହିଛି । ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲାଗୁ ହୋଇଛି । ସେସ୍ ବଢିଥିଲେ ବି ଏହା ସାଧାରଣ ଉପଭୋକ୍ତାଙ୍କ ଉପରେ ବୋଝ ପଡିବ ନାହିଁ । ଲାଗୁ ହୋଇଥିବା କୃଷି ସେସ୍ ଉପଭୋକ୍ତା ନୁହେଁ, କଂପାନି ବହନ କରିବ । କୃଷି ସେସ୍ ଲାଗୁ ସହ ଉପôାଦ ଶୁଳ୍କ ହ୍ରାସ ହେବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି । ପ୍ରକାଶ ଯେ, ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍‌ ଲାଗୁ କରାଯିବ। ପେଟ୍ରୋଲ ଉପରେ ଲିଟର ପିଛା ୨.୫୦ ଟଙ୍କାର କୃଷି ସେସ୍‌ ଲାଗିବାକୁ ଥିବା ବେଳେ ଡିଜେଲ ଉପରେ ଲିଟର ପିଛା ୪ ଟଙ୍କାର ସେସ୍‌ ଲଗାଯିବ। ତୈଳ ଦର ଉପରେ କୃଷି ସେସ୍‌ ଲାଗୁ କରାଯାଇଥିଲେ ହେଁ ସରକାର ମୂଳ ଅବକାରୀ ଶୁଳ୍କ ଓ ସ୍ୱତନ୍ତ୍ର ଅତିରିକ୍ତ ଅବକାରୀ ଶୁଳ୍କ ବାବାଦ ଅର୍ଥକୁ ହ୍ରାସ କରିଛନ୍ତି। ତେଣୁ ଲୋକଙ୍କ ଉପରେ କୃଷି ସେସ୍‌ ବାବାଦ ଅର୍ଥ ଅଧିକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।