୧୮ରୁ ବିଧାନସଭା ବଜେଟ ଅଧିବେଶନ

୧୮ରୁ ବିଧାନସଭା ବଜେଟ ଅଧିବେଶନ

୧୮ରୁ ବିଧାନସଭା ବଜେଟ ଅଧିବେଶନ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ୨୦୨୧-୨୨ ବର୍ଷର ବଜେଟ ଫେବ୍ରୁଆରୀ ୨୨ରେ ଉପସ୍ଥାପିତ ହେବ । ଏପ୍ରିଲ ୯ ତାରିଖ ଯାଏଁ ଚାଲିବ ବଜେଟ ଅଧିବେଶନ । କୋଭିଡ-୧୯ କଟକଣା ଅନୁସାରେ ଅଧିବେଶନ ଚାଲିବ । ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ବିଧାନସଭାରେ ଦୁଇଟି ପର୍ଯ୍ୟାୟରେ ଚାଲିବ । ଫେବ୍ରୁଆରୀ ୧୮ରୁ ୨୭ ଯାଏ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ । ମାର୍ଚ୍ଚ ୧ରୁ ୧୧ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ । ମାର୍ଚ୍ଚ ୩୧ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍ । ୩୦ଟି କାର୍ଯ୍ୟ ଦିବସକୁ ନେଇ ବଜେଟ ଅଧିବେଶସନ ଚାଲିବ ।