ଫୁଟିଲା ଗୁଳି, ସିକ୍ୟୁରିଟି ଗାର୍ଡ ଗୁରୁତର

ଫୁଟିଲା ଗୁଳି, ସିକ୍ୟୁରିଟି ଗାର୍ଡ ଗୁରୁତର

ଫୁଟିଲା ଗୁଳି, ସିକ୍ୟୁରିଟି ଗାର୍ଡ ଗୁରୁତର
ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱର ଟଙ୍କପାଣି ରୋଡରେ କଲ୍ୟାଣମଣ୍ଡପରେ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ ହୋଇଛି । ସୂଚନାଯୋଗ୍ୟ, ଶନିବାର ଭୋରରେ ଜ୍ଞାନରଞ୍ଜନ ମଣ୍ଡପରେ ଡ୍ୟୁଟି କରୁଥିଲେ। ଏହି ସମୟରେ ୨ ଯୁବକ ଏକ ବାଇକ୍ରେ ଆସି ତାଙ୍କୁ ପିଇବା ପାଇଁ ପାଣି ମାଗିଥିଲେ। ଜ୍ଞାନ ରଞ୍ଜନ ତାଙ୍କୁ ପାଣି ଦେଇଥିଲେ। ସେମାନେ ପାଣି ପିଇବା ପରେ ଜ୍ଞାନରଞ୍ଜନଙ୍କ ଉପରକୁ ଏକରାଉଣ୍ଡ ଗୁଳି ଚାଳନା କରିଥିଲେ। ଏହି ଗୁଳି ଜ୍ଞାନ ରଞ୍ଜନଙ୍କ କାନ୍ଧରେ ଲାଗିଥିଲା। ଏହା ପରେ ଜ୍ଞାନରଞ୍ଜନ ଚିତ୍କାର କରିବାରୁ ଦୁର୍ବୃତ୍ତଦ୍ୱୟ ଫେରାର ହୋଇଯାଇଥିଲେ। ଅନ୍ୟ ସହଯୋଗୀମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ। । ସେପଟେ କମିସନରେଟ୍ ପୋଲିସ ତନାଘନା ଆରମ୍ଭ କରିଛି ।