ରାଷ୍ଟ୍ରାୟତ ବ୍ୟାଙ୍କରେ ସରକାରଙ୍କ ଅଂଶଧନ ହ୍ରାସ ପାଇଁ ଆରବିଆଇର ସୁପାରିଶ

ରାଷ୍ଟ୍ରାୟତ ବ୍ୟାଙ୍କରେ ସରକାରଙ୍କ ଅଂଶଧନ ହ୍ରାସ ପାଇଁ ଆରବିଆଇର ସୁପାରିଶ

ରାଷ୍ଟ୍ରାୟତ ବ୍ୟାଙ୍କରେ ସରକାରଙ୍କ ଅଂଶଧନ ହ୍ରାସ ପାଇଁ ଆରବିଆଇର ସୁପାରିଶ
ମୁମ୍ବାଇ : ସରକାରଙ୍କ ନିୟନ୍ତ୍ରଣାଧୀନ ରହିଥିବା ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକରେ ସରକାରୀ ନିବେଶକୁ ହ୍ରାସ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁପାରିଶ କରାଯାଇଛି । ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକରେ କେନ୍ଦ୍ର ସରକାରଙ୍କ ୫୦ ପ୍ରତିଶତରୁ ଅଧିକ ଅଂଶଧନ ରହିଛି । ଏହାକୁ ୨୬ ପ୍ରତିଶତକୁ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁପାରିଶ କରିଛି ଆରବିଆଇ । ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର କର୍ମୀଙ୍କ ସହିତ ବୈଠକ ସମୟରେ ଆରବିଆଇ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିଲା । ସେହିପରି ବିଭିନ୍ନ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ସିଇଓ ମାନଙ୍କ କାର୍ଯ୍ୟକାଳ ଅନ୍ୟୁନ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ରଖିବାର ପ୍ରସ୍ତାବ ଦିଆଯାଇଥିବା ବେଳେ ଘରୋଇ ବ୍ୟାଙ୍କ ପରି ବେତନ ବ୍ୟବସ୍ଥାର ପ୍ରସ୍ତାବ ରଖାଯାଇଛି । ତେବେ ବର୍ତ୍ତମାନ ସରକାର ୫୨ ପ୍ରତିଶତ ଅଂଶଧନ ପ୍ରକ୍ରୟା ବଜାୟ ରଖିବା ନେଇ ଘୋଷଣା କରିଛନ୍ତି ।