ଅଶୋଧିତ ତେଲ ଦର, ୨୦ ଦିନ ହେଲା ପେଟ୍ରୋଲ ଡିଜେଲ ଦର ସ୍ଥିର

ଅଶୋଧିତ ତେଲ ଦର, ୨୦ ଦିନ ହେଲା ପେଟ୍ରୋଲ ଡିଜେଲ ଦର ସ୍ଥିର

ଅଶୋଧିତ ତେଲ ଦର, ୨୦ ଦିନ ହେଲା ପେଟ୍ରୋଲ ଡିଜେଲ ଦର ସ୍ଥିର
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗତ ୬ ଦିନ ହେଲା ହ୍ରାସ ପାଉଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ତଳକୁ ଖସି ନାହିଁ । ଗତ ୨୦ ଦିନ ହେଲା ଏହି ଦର ସ୍ଥିର ରହିଛି । ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ତେଲ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧି କରୁନଥିବା କୁହାଯାଇଛି । କିନ୍ତୁ ଏହି ଦର ଏବେ ସର୍ବାଧିକ ସ୍ତରରେ ରହିଛି । ପୂର୍ବରୁ ଗତ ମାସ ୨୭ ତାରିଖରେ ଶେଷ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଥିଲା । ପେଟ୍ରୋଲ ଦର ଦେଶର ପ୍ରାୟ ସବୁ ପ୍ରମୁଖ ସହରରେ ୯୦ ଟଙ୍କା ଉପରେ ରହିଛି । ଏପରିକି କିଛି ସ୍ଥାନରେ ଏହା ୧୦୦ ଟଙ୍କା ଟପି ସାରିଛି ।