ଗ୍ରାମ ରୋଜଗାର ସେବକଙ୍କ ପାଇଁ ବଦଳି ବ୍ୟବସ୍ଥା

ଗ୍ରାମ ରୋଜଗାର ସେବକଙ୍କ ପାଇଁ ବଦଳି ବ୍ୟବସ୍ଥା

ଗ୍ରାମ ରୋଜଗାର ସେବକଙ୍କ ପାଇଁ ବଦଳି ବ୍ୟବସ୍ଥା
ଭୁବନେଶ୍ୱର : ଏଣିକି ମନରେଗା ଯୋଜନାରେ ନିୟୋଜିତ ଗ୍ରାମ ରୋଜଗାର ସେବକଙ୍କୁ ଆଉ ନିଜ ପଞ୍ଚାୟତରେ ନିଯୁକ୍ତି ମିଳବନି । ରାଜ୍ୟର ପ୍ରଶାସନିକ ସଂସ୍କାର ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ସ୍ୱରୂପ ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଆଜି ଏପରି ନିଦେ୍ର୍ଧଶନାମା ଜାରି କରିଛନ୍ତି । ଗୋଟିଏ ପଞ୍ଚାୟତେରେ ୫ ବର୍ଷରୁ ଅଧିକ ଦିନ ରହିଥିବା ଗ୍ରାମ ରୋଜଗାର ସେବକଙ୍କ ପାଇଁ ବଦଳି ବ୍ୟବସ୍ଥା ଲାଗୁ କରାଯାଇଛି । ଆସନ୍ତା ୩୧ ତାରିଖ ସୁଦ୍ଧା ଏହି ନିଦେ୍ର୍ଧଶନାମାକୁ କାର୍ଯ୍ୟକାରୀ କରିବାକୁ ସବୁ ଜିଲ୍ଲା ପାଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ପଞ୍ଚାୟତିରାଜ ବିଭାଗ ଜାରି କରିଥିବା ନିଦେ୍ର୍ଧଶ ଅନୁଯାୟୀ, ଜଣେ ଜିଆରଏସ ଗୋଟିଏ ଜିଲ୍ଲା ଭିତରେ ୫ ବର୍ଷରୁ ଅଧିକ ଦିନ ରହିଲେ ତାଙ୍କୁ ସେହି ଜିଲ୍ଲା ଭିତରେ ଅନ୍ୟ ଗ୍ରାମ ପଞ୍ଚାୟତକୁ ବଦଳି କରାଯିବ । ଏହା ସହିତ ନିଜ ପଞ୍ଚାୟତରେ ଥିବା ଜିଆରଏସମାନଙ୍କୁ ବି ଅନ୍ୟ ପଞ୍ଚାୟତ ବଦଳି କରାଯିବ । ସେହିପରି ସମାନ ବଦଳି ବ୍ୟବସ୍ଥା ଏପିଓମାନଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି । ଗୋଟିଏ ବ୍ଲକରେ ୫ ବର୍ଷରୁ ଅଧିକ ଦିନ ରହିଲେ ସମ୍ପୃକ୍ତ ଏପିଓଙ୍କୁ ସେହି ଜିଲ୍ଲା ଭିତରେ ଅନ୍ୟ ବ୍ଲକକୁ ବଦଳି କରାଯିବ । ନିଜ ବ୍ଲକରେ ଏପିଓ ମାନଙ୍କ ନିଯୁକ୍ତି ମିଳିବ ନାହିଁ । ନିଜ ବ୍ଲକରେ ପୂର୍ବରୁ ନିଯୁକ୍ତି ପାଇଥିବା ଏପିଓମାନଙ୍କୁ ମଧ୍ୟ ନିଦେ୍ର୍ଧଶନାମା ଜାରି ହେବା ପରେ ବଦଳି କରାଯିବ । ଜିଆରଏସ ଓ ଏପିଓମାନଙ୍କ ବଦଳି ହିସବା ପାଇଁ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ଗଣାଯିବ । ଚଳିତ ମାସ ଶେଷ ସୁଦ୍ଧା ଏହି ନିଦେ୍ର୍ଧଶନାମାକୁ କାର୍ଯ୍ୟକାରୀ କରି ପଞ୍ଚାୟତିରାଜ ବିଭାଗକୁ ଆସନ୍ତା ନଭେମ୍ବର ମାସ ୫ ତାରିଖ ସୁଦ୍ଧା ରିପୋର୍ଟ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିଦେ୍ର୍ଧଶ ଦେଇଛନ୍ତି ।