ୟୁରୋପରେ ପୁଣି ଚାଲୁ ହେଲା ଅକ୍ସଫୋର୍ଡ ଟିକା

ୟୁରୋପରେ ପୁଣି ଚାଲୁ ହେଲା ଅକ୍ସଫୋର୍ଡ ଟିକା

ୟୁରୋପରେ ପୁଣି ଚାଲୁ ହେଲା ଅକ୍ସଫୋର୍ଡ ଟିକା
ଲଣ୍ଡନ: ଅକ୍ସଫୋର୍ଡ ଟିକାର ବ୍ୟବହାର ବନ୍ଦ କରିଥିବା ବିଭିନ୍ନ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପୁଣି ଥରେ ଟିକାର ବ୍ୟବହାର ଆରମ୍ଭ କରିଛନ୍ତି । ଅକ୍ସଫୋର୍ଡ ଟିକା ସୁରକ୍ଷିତ ଏବଂ ଟିକା ବ୍ୟବହାର ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ କହିଥିଲା । ଗତକାଲି ମଧ୍ୟ ଇଏମଏ (ୟୁରୋପିଆନ ମେଡିସିନସ ଏଜେନ୍ସି) ପକ୍ଷରୁ କୁହାଯାଇଥିଲା ଟିକା ଅନେକ ଲୋକଙ୍କୁ କରୋନା ମୃତୁ୍ୟ କବଳରୁ ରକ୍ଷା କରିଛି ଏବଂ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମୁଛି । ଇଏମଏର ଏହି ଘୋଷଣା ପରେ ଟିକା ବ୍ୟବହାର ବନ୍ଦ କରିଥିବା ରାଷ୍ଟ୍ରମାନେ ପୁନଃ ଏହାର ବ୍ୟବହାର ଆରମ୍ଭ କରିଛନ୍ତି । ଜର୍ମାନୀରେ ସକାଳୁ ଅକ୍ସଫୋର୍ଡ ଟିକାର ବ୍ୟବହାର ଆରମ୍ଭ ହୋଇଯାଇଛି ।