ବାଙ୍କୁରାରେ ଦିନମଜୁରିଆଙ୍କ ପତ୍ନୀ ବିଜେପି ପ୍ରାର୍ଥୀ
ବାଙ୍କୁରାରେ ଦିନମଜୁରିଆଙ୍କ ପତ୍ନୀ ବିଜେପି ପ୍ରାର୍ଥୀ
admin
Mar 20, 2021 - 09:44
Updated: Mar 20, 2021 - 09:44
କୋଲକାତା: ଆଗାମୀ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବିଜେପି । ବାଙ୍କୁରା ଜିଲ୍ଲାରେ ସାଲତୋରା ବିଧାନସଭା ଆସନରେ ବିଜେପି ଜଣେ ଗରିବ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି । ସାଲଡୋରାରେ ବିଜେପି ପ୍ରାର୍ଥୀ ଚନ୍ଦନା ବାଉରୀ (୩୦) ଜଣେ ଦିନମଜୁରିଆଙ୍କ ସ୍ତ୍ରୀ । ବାଉରୀଙ୍କର ବଖରାଏ ଚାଳ ଘର (ପାଇଖାନା କିମ୍ବା ସପ୍ଲାଇ ପାଣି ନାହିଁ), ନଗଦ ଏବଂ ବ୍ୟାଙ୍କ ଜମା ୩୧,୯୮୫ ଥିବା ରିପୋର୍ଟରୁ ଜଣାପଡ଼ିଛି । ବାରୁଇଙ୍କ ସ୍ୱାମୀ ଶ୍ରାବଣ ଜଣେ ମିସ୍ତ୍ରୀ । ତାଙ୍କର ଦିନକୁ ଆୟ ୪୦୦ ଟଙ୍କା । ରିପୋର୍ଟରୁ ଜଣାପଡ଼ିଛି ବାଉରୀଙ୍କ ଘରେ ଟଏଲେଟ ନଥିବାରୁ ସେମାନେ ଖୋଲା ଆକାଶ ତଳେ ନିକଟସ୍ଥ ପଡ଼ିଆକୁ ଯାଇ ନିତ୍ୟକର୍ମ କରନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତ ବର୍ଷ ତାଙ୍କୁ ୬୦ ହଜାର ଟଙ୍କା ମିଳିଥିଲା । ସେଥିରେ ସେ ପକ୍କା ଘର ତିଆରି କରିଛନ୍ତି । ଚନ୍ଦନାଙ୍କ ପାଇଁ ପ୍ରଚାର କରୁଥିବା ବିଜେପି ନେତା କହୁଛନ୍ତି ତୃଣମୂଳ ଦୁର୍ନୀତିଗ୍ରସ୍ତ । କିଛି ଉନ୍ନତି ମୂଳକ କାର୍ଯ୍ୟ କରିନାହିଁ । ମୋଦିଙ୍କ କଲ୍ୟାଣକାରୀ ଯୋଜନା ଆସିଥିବା ଟଙ୍କାକୁ ଆତ୍ମସାତ କରି ଦେଉଛନ୍ତି । ଟଏଲେଟଠାରୁ ଘର ସ୍କିମ ପର୍ଯ୍ୟନ୍ତ ସବୁଥିରୁ କଟମନି ଦେବାକୁ ପଡୁଛି ତୃଣମୂଳ ନେତାଙ୍କୁ । ଏବେ ଚନ୍ଦନା ଘର ଘର ବୁଲି ଲୋକଙ୍କୁ ଏକଥା କହୁଛନ୍ତି ।