ଓଏଏସ ସ୍ତରରେ ଅଦଳ ବଦଳ

ଓଏଏସ ସ୍ତରରେ ଅଦଳ ବଦଳ

ଓଏଏସ ସ୍ତରରେ ଅଦଳ ବଦଳ
ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବିଭାଗୀୟ ତଦନ୍ତ କମିସନର (ସିଡିଆଇ) ଭାବେ କାର୍ଯ୍ୟରତ ଅତିରିକ୍ତ ଶାସନ ସଚିବ ଆଲୋକ କୁମାର କରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟରତ କୃଷ୍ଣ ପ୍ରସାଦ ପତିଙ୍କୁ ପୁଣି ଥରେ ସେହି ବିଭାଗରେ କାର୍ଯ୍ୟକରିବାକୁ ଆଦେଶ ଜାରି କରାଯାଇଛି । ପୂର୍ବରୁ ଶ୍ରୀ ପତିଙ୍କୁ ଇଲେକ୍ଟ୍ରନିକସ ଓ ଆଇଟି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଥିଲା । ସେହି ବଦଳି ଆଦେଶକୁ ରଦ୍ଧ କରାଯାଇଛି । ସେହିପରି ବର୍ତ୍ତମାନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ ଅତିରିକ୍ତ ଶାସନ ସଚିବ ଥିବା ମୋହନ ଚରଣ ଦାସ ପୂର୍ବ ପରି କାର୍ଯ୍ୟ କରିବେ । ଗତ ମାସ ୩୧ ତାରିଖରେ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ଦାସଙ୍କୁ ମହିଳା ଓ ଶିଶୁ ବିଭାଗ ବିଭାଗକୁ ବଦଳି କରାଯାଇଥିଲା । ସୋମବାର ଜାରି ହୋଇଥିବା ବିଜ୍ଞପ୍ତିରେ ପୂର୍ବ ବଦଳି ଆଦେଶକୁ ରଦ୍ଧ କରାଯାଇଛି । ସମ୍ବଲପୁର ଏଡିଏମ ଓ ସମ୍ବଲପୁର ବିକାଶ କର୍ତ୍ତୃପକ୍ଷଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ସୂର୍ଯ୍ୟ ନାରାୟଣ ଦାସଙ୍କୁ ସୁବର୍ଣ୍ଣପୁର ଏଡିଏମ ଭାବେ ନିଯୁକ୍ତି କରାଯାଇଛି । ଗତ ୩୧ ତାରିଖରେ କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଭାବେ ବଦଳି ହୋଇଥିବା ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ଶାସନ ସଚିବ ନିତ୍ୟାନନ୍ଦ ବାରିକଙ୍କ ବଦଳି ଆଦେଶ ରଦ୍ଧ କରାଯାଇ ପୁଣି ଥରେ ମହିଳା ଓ ଶିଶୁ ବିକାଶ ବିଭାଗରେ ଅବସ୍ଥାପିତ କରାଯାଇଛି । ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସିଇଓ ଭାବେ କାର୍ଯ୍ୟରତ ଶତ୍ରୁଘ୍ନ କରଙ୍କୁ ମୟୂରଭଞ୍ଜ ଜିଲ୍ଲା ଏଡିଏମ ଭାବେ ନିଯୁକ୍ତିି ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗରେ ଯୁଗ୍ମ ଶାସନ ସଚିବ ଥିବା ଭବେଶ କୁମାର ନାୟକଙ୍କୁ ମୟୁରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ଭାବେ ନିଯୁକ୍ତି ଦିଆଯାଇଛି । ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୧୨ ଜଣ ବରିଷ୍ଠ ବର୍ଗ ଓଏଏସ ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଥିବା ବେଳେ ୩ ଜଣ ଅଧିକାରୀଙ୍କ ପୂର୍ବ ବଦଳି ଆଦେଶକୁ ରଦ୍ଧ କରାଯାଇଛି ।