୫୫୪ ପଏଂଟ ଖସିଲା ସେନସେକ୍ସ

୫୫୪ ପଏଂଟ ଖସିଲା ସେନସେକ୍ସ

୫୫୪ ପଏଂଟ ଖସିଲା ସେନସେକ୍ସ
ମୁମ୍ବାଇ: ରିଜଭ ବ୍ୟାଙ୍କ ଦ୍ୱାରା ସୁଧହାର ହ୍ରାସ ଘୋଷଣାର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡିନାହିଁ । ସୁଧହାର ହ୍ରାସପରେ ବଜାରରେ ଉତ୍ସାହ ଆସିବା ନେଇ ଯାହା ଆଶା କରାଯାଉଥିଲା ତାହା ହୋଇନାହିିଁ । ଅପରନ୍ତୁ, କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ହ୍ରାସ ସମ୍ପର୍କରେ ଘୋଷଣା କରିବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସେନସେକ୍ସ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ହ୍ରାସ ପରିଲକ୍ଷିତ ହୋଇଛି । ଗୁରୁବାର କାରବାର ଶେଷ ବେଳକୁ ଏଥିରେ ୫୫୪(୫୫୩୮୨) ପଏଂଟ ହ୍ରାସ ଘଟି ୩୯,୫୩୦ ପଏଂଟରେ ବନ୍ଦ ହୋଇଛି । ଆରବିଆଇ ରେପୋ ହାରରେ ୨୫ ବେସିସ ପଏଂଟ ହ୍ରାସ ଘଟାଇବା ପୁଞ୍ଜି ବଜାରକୁ ପ୍ରଭାବିତ କରିଛି । ଦୀର୍ଘ ୯ବର୍ଷ ପରେ ରେପୋ ହାର ସର୍ବନିମ୍ନ ସ୍ତରକୁ ଖସିଆସିବା ନିବେଶକଙ୍କୁ ନିରାଶ କରିଥିଲା । ଯାହାଫଳରେ ବଜାର କାରବାର ନିମ୍ନମୁଖୀ ହୋଇଥିଲା । ଏଥିଯୋଗୁ ନିବେଶକଙ୍କୁ ଆଜି ୨.୨୨ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୧୭୮(୧୭୭.୯୦) ପଏଂଟ ହ୍ରାସ ଘଟି ୧୧,୮୪୪ ପଏଂଟରେ ବନ୍ଦ ହୋଇଥିଲା । ଆଜିର କାରବାରରେ ବ୍ୟାଙ୍କ, ପୁଞ୍ଜି ସାମଗ୍ରୀ, ଅର୍ଥ ଓ ତୈଳ ଏବଂ ଗ୍ୟାସ ଆଦି କ୍ଷେତ୍ରରେ ସେୟାର ମୂଲ୍ୟରେ ଅଧିକ ହ୍ରାସ ପରିଲକ୍ଷିତ ହୋଇଥିଲା ।