୨୦୨୦ସୁଦ୍ଧା କୃତ୍ରିମ ଚନ୍ଦ୍ରାଲୋକରେ ଆଲୋକିତ ହେବ ସହର

୨୦୨୦ସୁଦ୍ଧା କୃତ୍ରିମ ଚନ୍ଦ୍ରାଲୋକରେ ଆଲୋକିତ ହେବ ସହର

୨୦୨୦ସୁଦ୍ଧା କୃତ୍ରିମ ଚନ୍ଦ୍ରାଲୋକରେ ଆଲୋକିତ ହେବ ସହର
ଚାଇନା ଅନ୍ତର୍ଗତ ସିଚୁଆନ ପ୍ରଦେଶର ଏକ ମହାନଗରୀ ଚେଙ୍ଗଡୁ । ଏହାର ଲୋକ ସଂଖ୍ୟା ୧.୪ କୋଟି । ଏହି ସହରକୁ କୃତ୍ରିମ ଚନ୍ଦ୍ରାଲୋକ ଦ୍ୱାରା ଆଲୋକିତ କରିବା ପାଇଁ ଘୋଷଣା କରିଛନ୍ତି । ଚେଙ୍ଗୁଡ ଏରୋସ୍ପେସ ସାଇନଓ ଆଣ୍ଡ ଟେକନୋଲୋଜି ମାଇକ୍ରୋଲେକଟ୍ରୋନିକସ ସିସଟମ ରିସର୍ଚ ଇନସିଟିଚ୍ୟୁଟ କୋ’ର ଅଧ୍ୟ ଉ ଚୁନପେଙ୍ଗ । ଏହି କୃତ୍ରିମ ଚନ୍ଦ୍ର ପ୍ରକୃତ ଚନ୍ଦ୍ର ଠାରୁ ଆଠଗୁଣ ଅଧିକ ଆଲୋକ ଦେବ । ଏହାକୁ ଉପଗ୍ରହ ପରି ମହାଶୂନ୍ୟକୁ ପଠାଯିବ । ଏହା ଥରେ କାର୍ଯ୍ୟକ୍ଷମ ହୋଇଗଲେ ଆଉ ପାରଂପରିକ ରାସ୍ତା ଆଲୁଅ ଦରକାର ହେବ ନାହିଁ । ଅଶୀ କିଲୋମିଟର ବ୍ୟାସବିଶିଷ୍ଟ ଅଂଚଳକୁ ଏହା ଆଲୋକିତ କରିପାରିବ । ଏହି କୃତ୍ରିମ ଚନ୍ଦ୍ର ଦେଖିବାକୁ କିପରି ହେବ ତାହା ଗୋପନୀୟ ରଖାଯାଇଛି । ଏହି ପ୍ରକଳ୍ପ ଏଯାବତ ସରକାରୀ ଅନୁମୋଦନ ପାଇନାହିଁ । ତଥାପି ୨୦୨୦ ସୁଦ୍ଧା ଏହା ବାସ୍ତବ ରୂପ ନେବ ବୋଲି ଚୁନପେଙ୍ଗ କହିଛନ୍ତି ।