ଅଧିକ ଖୁସି ଅଛନ୍ତି କରିନା

ଅଧିକ ଖୁସି ଅଛନ୍ତି କରିନା

ଅଧିକ ଖୁସି ଅଛନ୍ତି କରିନା
ବେଗମ୍ କରିନା କପୁର ଖାନ୍ ଯେତିକି ଚର୍ଚ୍ଚିତ ନୁହନ୍ତି, ତା’ଠାରୁ ଅଧିକ ତାଙ୍କ ପୁଅ ତୈମୁର ଅଲ୍ଲୀ ଖାନ ଚର୍ଚ୍ଚା ପରିସରରେ ଅଛନ୍ତି । ଅଢେ଼ଇ ବର୍ଷର ତୈମୁର ପ୍ଲେସ୍କୁଲ ନିୟମିତ ଯାନ୍ତି । ଏ ବାବଦରେ କରିନା ଖୁବ୍ ସଚେତନ । ଯେତେ କାମ ଥାଉ ପଛକେ, କିନ୍ତୁ ପୁଅକୁ ନିୟମିତ ଭାବେ ସେ ସ୍କୁଲ ସେ ପଠାନ୍ତି । ଏଇ ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ତୈମୁରଙ୍କ ଶ୍ରେଣୀ ଶିକ୍ଷୟିତ୍ରୀ କହିଛନ୍ତି, ତାଙ୍କ ପୁଅ ସେଠାରେ ଆଦୌ ଦୁଷ୍ଟ ହୁଏନି । ଅନ୍ୟ ସାଙ୍ଗ ସାଥୀଙ୍କ ସହ ଭଲ ଭାବେ ମିଳାମିଶା କରେ । ଏହି କଥା ଶୁଣି ଜଣେ ମା ଭାବେ ସେ ଖୁବ୍ ଗର୍ବିତ ଅନୁଭବ କରିଛନ୍ତି । ଅନ୍ୟପାଖେ ନବାବ୍ ସୈଫ ଏକଥା ଶୁଣି ହସି ହସି କହିଛନ୍ତି ମୋ ପତ୍ନୀ ବୋଧହୁଏ ଭୁଲି ଯାଇଛନ୍ତି ତୈମୁରର ଦୁଷ୍ଟାମି । ସୈଫଙ୍କ ସାନ ଭଉଣୀ ସୋହାଙ୍କ ଝିଅ ଇନାୟାକୁ ତୈମୁର ଖୁବ୍ ହଇରାଣ କରେ, ଏକଥା ସମସ୍ତେ ଜାଣନ୍ତି ବୋଲି ସେ କହିଛନ୍ତି । କରିନାଙ୍କ ଦୁଷ୍ଟ ପୁଅକୁ ସବୁଠୁ ଭଲ ଭାବେ ମାଉସୀ କରିସ୍ମା ଯତ୍ନ ନେଇପାରନ୍ତି । ଏକଥା ଉଭୟ ସୈଫ୍ ଓ କରିନା କହିଛନ୍ତି । ଲଣ୍ଡନରେ ଥିବା ବେଳେ ନବାବ୍ ଓ ବେଗମ ଦୁହେଁ ସପ୍ତାହ ସପ୍ତାହ ଧରି ସୁଟିଂରେ ବ୍ୟସ୍ତ ରହୁଥିଲେ । ସେ ସମୟରେ କରିସ୍ମା ଯାଇ ତୈମୁରଙ୍କୁ ସମ୍ଭାଳୁଥିଲେ । ତୈମୁରଙ୍କୁ ଖୁବ୍ ଜୋରରେ ଜ୍ୱର ସେଠାରେ ହୋଇଥିଲା, ହେଲେ ମାଉସୀ କରିସ୍ମା କାହାକୁ ବ୍ୟସ୍ତ ନ କରାଇ ନିଜେ କୁନି ପୁତୁରାର ଯତ୍ନ ନେଇଥିଲେ ।