ନିଦରେ ସବୁଠୁ ଆଗରେ ଭାରତ

ନିଦରେ ସବୁଠୁ ଆଗରେ ଭାରତ

ନିଦରେ ସବୁଠୁ ଆଗରେ ଭାରତ
ନିକଟରେ ଅନ୍ତର୍ଜାତୀୟ ସ୍ତରରେ ବିଶ୍ୱର ୧୨ଟି ପ୍ରମୁଖ ରାଷ୍ଟ୍ରର ୧୧,୦୦୬ ଲୋକଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା । ଏଥିରେ ସାମିଲ ହୋଇଥିବା ଲୋକଙ୍କ ବୟସ ୧୮ ବର୍ଷରୁ ଅଧିକ ଥିଲା । କେଉଁ ରାଷ୍ଟ୍ରର ଲୋକଙ୍କୁ ଭଲ ନିଦ ହୋଇଥାଏ, ତାହା ହିଁ ଗବେଷଣା ପଛର ମୁଖ୍ୟ କାରଣ ଥିଲା । ଆମ ଭାରତୀୟ ଲୋକ ନିଦରେ ସବୁଠୁ ଆଗରେ ଥିବା ବେଳେ ଦ୍ୱିତୀୟରେ ସାଉଦି ଆରବ ଓ ତୃତୀୟରେ ଚୀନ୍ ରହିଛି । ଭାରତୀୟ ବୟସ୍କ ପିଢ଼ି ରାତିବେଳା ୬-୭ ଘଣ୍ଟା ଆରାମରେ ଶୋଉଥିବା ବେଳେ ଯୁବପିଢ଼ି ମଧ୍ୟ ୭-୮ ଘଣ୍ଟା ଶୋଉଥିବାର ଗବେଷଣାରୁ ପ୍ରକାଶ । ଅନିଦ୍ରା ରୋଗୀ ସବୁଠୁ ଅଧିକ ସଂଖ୍ୟାରେ ଆମେରିକାରେ ଅଛନ୍ତି । ଏଠା ଲୋକେ ଯେତେ ଚେଷ୍ଟା କଲେ ମଧ୍ୟ ଭଲ ନିଦରେ ଶୋଇପାରୁନାହାନ୍ତି । ଭାରତୀୟମାନଙ୍କ ଖୁସ୍ ମିଜାଜ ଜୀବନଶୈଳୀ ହିଁ ସେମାନଙ୍କ ସୁଖ ନିଦ୍ରା ପଛର ମୁଖ୍ୟ କାରଣ ବୋଲି ଗବେଷକଙ୍କ ମତ ।