ବିଳମ୍ବରେ ରାତ୍ରି ଭୋଜନ କରୁଛନ୍ତି କି, ପଡିପାରନ୍ତି ଅସୁବିଧାରେ

ବିଳମ୍ବରେ ରାତ୍ରି ଭୋଜନ କରୁଛନ୍ତି କି, ପଡିପାରନ୍ତି ଅସୁବିଧାରେ

ବିଳମ୍ବରେ ରାତ୍ରି ଭୋଜନ କରୁଛନ୍ତି କି, ପଡିପାରନ୍ତି ଅସୁବିଧାରେ
ଆଜିକାଲି ଯୁବପିଢୀଙ୍କ ଠାରୁ ଆରମ୍ଭ କରି ବୟସ୍କ ପିଢୀଙ୍କ ପର୍ୟ୍ୟନ୍ତ, ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟବସ୍ଥାକୁ ନେଇ ବେଶ ସଚେତନ ରହୁଛନ୍ତି । ନିଜ ନିଜର ଖାଦ୍ୟ ପାନୀୟ ଉପରେ ବିଶେଷ ଗୁରୁତ୍ୱ ଦେବା ସହିତ, ଯୋଗ, ପ୍ରାଣାୟମ,କସ୍‌ରତ୍ ନିୟମିତ ଭାବେ ଅନେକ୍ ଲୋକ କରୁଛନ୍ତି । ଖାଦ୍ୟ ବିଶେଷଜ୍ଞଙ୍କ ମତରେ, ସବୁ କାମ କରିବାର ଏକ ନିର୍ଦ୍ଦିଷ୍ଟ ସମୟ ରଖିବା ଉଚିତ୍ । ଅନେକ୍ ସମୟରେ ଅନେକ୍ ଲୋକ କର୍ମବହୁଳ ଜୀବନ ଭିତରେ ରହି,ଖାଇବା ସମୟ ଠିକ୍‌ଠାକ୍ ରହିନଥାଏ । ଯାହା ଦ୍ୱାରା ଅନେକ୍ ସମସ୍ୟା ଦେଖାଦେବାର ସମ୍ଭାବନା ରହିଥାଏ । ତେବେ ଆସନ୍ତୁ ଜାଣିବା ବିଳମ୍ବରେ ରାତ୍ରି ଭୋଜନ କରିବା ଦ୍ୱାରା କେଉଁ ସମସ୍ୟା ଦେଖା ଦେଇଥାଏ । -ପ୍ରତିଦିନ ସଂଧ୍ୟା ୭ ରୁ ୮ଟା ମଧ୍ୟରେ ରାତ୍ରି ଭୋଜନ କରିବା ଭଲ । ଅତିବେଶୀରେ ରାତି ୯ଟା ପୂର୍ବରୁ ରାତ୍ରି ଭୋଜନ କରିବା ଉଚିତ୍ । ଏହା ସହିତ ରାତିରେ ଗରିଷ୍ଠ ଭୋଜନ କରିବା ଦ୍ୱାରା ବଦହଜମି ହୋଇଥାଏ । -ରାତି ୧୦ ଟା ପରେ ନିୟମିତ ଖାଇଲେ ପେଟ ବଢିଥାଏ । -ରାତିରେ ବିଳମ୍ବରେ ଭୋଜନ କରିବା ଦ୍ୱାରା, ଅନେକ୍ ଲୋକଙ୍କର ମଧୁମେହ, ରକ୍ତଚାପ, ମେଦବହୁଳ ଏବଂ ବୟସ ବଢିବା ସହିତ ହୃଦରୋଗ ସମସ୍ୟା ଦେଖାଦିଏ ।