ସୁଯୋଗ ଦେଇଛି ‘ପାଗଲପନ୍ତି’
ସୁଯୋଗ ଦେଇଛି ‘ପାଗଲପନ୍ତି’
admin
Nov 18, 2019 - 11:50
Updated: Nov 18, 2019 - 11:50
ମଲ୍ଟି-ଷ୍ଟାରର ଫିଲ୍ମ ଉର୍ବଶୀ ରୌତେଲାଙ୍କ ପାଇଁ ନୂଆ ନୁହେଁ । ୨୦୧୬ରେ ଆଡଲ୍ଟ କମେଡି ‘ଗ୍ରେଟ୍ ଆଣ୍ଡ ମସ୍ତି’ରେ ସେ ନଜର ଆସିଥିଲେ । ଏବେ ଅପକମିଙ୍ଗ ଫିଲ୍ମ ପାଗଲପନ୍ତିରେ ସାମିଲ ହୋଇଚନ୍ତି । ସେଥିରେ ତାଙ୍କ ଅଭିନୟ ପରିପକ୍ୱ ନଥିଲା । ନଜକୁ ପ୍ରମାଣ କରିବାର ବେଶି ସୁଯୋଗ ବି ନଥିଲା । ଏଥର କିନ୍ତୁ ଅଭିନୟ ଦକ୍ଷତା ଦେଖାଇବାର ଭରପୁର ସୁଯୋଗ ସେ ପାଇଛନ୍ତି । ଫିଲ୍ମରେ ଅନିଲ କପୁରଙ୍କ ଭଳି ଜଣେ ଅନୁଭବୀ କଳାକାରଙ୍କ ସହ ସ୍କି୍ରନ ସେୟାର କରିବାକୁ ନେଇ ଉର୍ବଶୀ କହନ୍ତି, ଅନିଲଙ୍କ ସହ କାମ କରିବା ସମୟରେ ସେ ଘର ଭଳି ଅନୁଭବ କରିଥିଲେ । ପୁରା ଫିଲ୍ମରେ ସେ ଉର୍ବଶୀଙ୍କୁ ଅନେକ ଟିପ୍ସ ଦେଇଥିଲେ । ଏହାର ଅନ୍ୟତମ ମୁଖ୍ୟ ଅଭିନେତା ଜନ ଆବ୍ରାହମଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି । ମଡେଲିଂ କରିବା ସମୟରେ ଜନଙ୍କ ସହ ତାଙ୍କ ପରିଚୟ ଥିଲା । ‘ପାଗଲପନ୍ତି’ ସୁଟି ସମୟରେ ଅନିଲ ଓ ଜନଙ୍କ ସହ ଉର୍ବଶୀ ଜିମରେ ସମୟ ବିତାଉଥିଲେ । ଚମକ୍ରାର ନୃତ୍ୟ ଶୈଳୀ ପାଇଁ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଉର୍ବଶୀ ୨୦୧୫ରେ ମୁକ୍ତି ପ୍ରାପ୍ତ ‘ଭାଗ୍ ଜନି’ ର ଡାଡି ମମ୍ମି ଗୀତ ଏବଂ ୨୦୧୭ ର ‘କାବିଲ’ ଫିଲ୍ମର ‘ହସିନୋ କା ଦିୱାନୀ’ ରେ ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଦେଇଥିଲେ । ଏଥର ‘ପାଗଲପନ୍ତ’ର ‘ବିମାର ଦିଲ’ ଗୀତରେ ଦର୍ଶକଙ୍କ ମନ କିଣିବାକୁ ସେ ଜୋରଦାର ଚେଷ୍ଟା କରିଛନ୍ତି । ଗୀତଟି ୧୯୮୯ ରେ ଫିଲ୍ମ ଚାଲବାଜ୍’ ର ଶ୍ରୀଦେବୀ ଷ୍ଟାରର ‘ତେରା ବିମାର ଦିଲ’ ର ନୂଆ ସଂସ୍କରଣ । ଶ୍ରୀଦେବୀଙ୍କୁ ଉର୍ବଶୀ ନିଜ ପ୍ରେରଣା ବୋଲି ମନେ କରନ୍ତି । ତେଣୁ ତାଙ୍କ ଗୀତକୁ ନୂଆ ରୂପରେ ଉପସ୍ଥାପନ କରିବାକୁ ସୁଯୋଗ ମିଳିଥିବାରୁ ନିଦେ୍ର୍ଧଶକ ଅନୀସ ବଜମିଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଗୀତ ସହିତ ଫିଲ୍ମରେ ଉର୍ବଶୀଙ୍କର କିଛି କମେଡି ସିନ ରହିଛି । ଯାହା ଦର୍ଶକ ପସନ୍ଦ କରିବେ ବୋଲି ସେ ଆଶା କରିଛନ୍ତି । ତାଙ୍କ ମତରେ ବର୍ତ୍ତମାନ ମୁଖ୍ୟ ବିଷୟ ହେଉଛି ଅଭିନୟ । ଅଭିନୟ ନଥିଲେ ଉଭୟ କଳାକାର ଓ ଫିଲ୍ମକୁ ଦର୍ଶକ ପସନ୍ଦ କରୁନାହାନ୍ତି । ମୋ ଦୃଷ୍ଟିରେ ‘ପାଗଲପନ୍ତି’ରେ ଅଭିନୟ କରି ଉର୍ବଶୀ ବହୁତ ଖୁସି ଅଛନ୍ତି ।