ପରିଣିତିଙ୍କ ଡାଏଟ୍

ପରିଣିତିଙ୍କ ଡାଏଟ୍

ପରିଣିତିଙ୍କ ଡାଏଟ୍
ଆଗାମୀ ଚଳଚ୍ଚିତ୍ରରେ ସାଇନା ନେହୱାଲ୍ ବାଇଓପିକ୍ ପାଇଁ କଠିନ ପରିଶ୍ରମ କରୁଛନ୍ତି ପରିଣିତି ଚୋପ୍ରା । ଆଗାମୀ ୩ ମାସ ମଧ୍ୟରେ ତାଙ୍କ ଚଳଚ୍ଚିତ୍ରର ସୁଟିଂ ଶେଷ ହେବ । ଗତ କିଛି ଦିନ ହେଲା, ପରୀ ଦିନରାତି ଷ୍ଟାଡିୟମରେ ରହୁଛନ୍ତି । ସୁଟିଂ ପାଇଁ ଏତେ ସବୁ କଷ୍ଟ ସେ ବିନା ଦ୍ୱିଧାରେ ଗ୍ରହଣ କରୁଥିବା କହିଛନ୍ତି ପରିଣିତି ଚୋପ୍ରା । ଗତ ଦେଢ଼ ବର୍ଷ ହେଲାଣି ଏଇ ଚରିତ୍ର ପାଇଁ ସେ ନିଜ ଡାଏଟକୁ ପାଳନ କରୁଥିବାର ପ୍ରକାଶ । ଆମିଷ ବ୍ୟଞ୍ଜନ ପ୍ରିୟ ଏଇ ସୁନ୍ଦରୀ ଏବେ କେବଳ ଗି୍ରଇଡ ମାଛ ଖାଇ ରହୁଛନ୍ତି । ଜଙ୍କଫୁଡ଼ ଓ ଫାଷ୍ଟଫୁଡ ସେ ପୂର୍ବରୁ ସପ୍ତାହରେ ୨ ଥର ଖାଉଥିଲେ । ଦେଢ଼ ବର୍ଷ ହେଲା ସେସବୁ ଖାଦ୍ୟ ଦେଖିନାହାନ୍ତି । ପରିବା ସିଝା ଓ ରୁଟିରେ ତାଙ୍କ ଦିନର ଆରମ୍ଭ ଓ ଶେଷ ହେଉଛି । ଏହା ସହ ସେ କସରତ ମଧ୍ୟ ଖୁବ ଅଧିକ କରିବାକୁ ପଡ଼ୁଛି ତାଙ୍କୁ । ନିଜ ପରିଶ୍ରମର ଫଳ ନିଶ୍ଚୟ ପାଇବେ ବୋଲି ପରୀଙ୍କ ଆଶା ।