ମାର୍ଚ୍ଚ ସୁଦ୍ଧା ସବୁ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ ହେବ

ମାର୍ଚ୍ଚ ସୁଦ୍ଧା ସବୁ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ ହେବ

ମାର୍ଚ୍ଚ ସୁଦ୍ଧା ସବୁ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ ହେବ
ମୁମ୍ବାଇ: ଚଳିତ ଆର୍ଥିକ ବର୍ଷ ଶେଷ ଅର୍ଥାତ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସବୁ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ନମ୍ବରକୁ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ମଳା ସୀତାରମଣ କଡ଼ା ନିଦେ୍ର୍ଧଶ ଦେଇଛନ୍ତି । ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ (ଆଇବିଏ)ର ୭୩ ତମ ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ ସୀତାରମଣ ଏପରି ନିଦେ୍ର୍ଧଶ ଦେଇଛନ୍ତି । ସେ କହିଛନ୍ତି, ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ ଶେଷ ହୋଇନାହିଁ । ବ୍ୟାଙ୍କ ଗୁଡିକୁ ଏହି କାର୍ଯ୍ୟକୁ ଏବେ ବି ଆଗେଇ ନେବାକୁ ପଡ଼ିବ । ଅନେକ ବ୍ୟାଙ୍କ ଆକାଉଣ୍ଟ ରହିଛି ଯେଉଁଗୁଡ଼ିକର ଆଧାର ସଂଲଗ୍ନ ହୋଇନାହିଁ । ତେଣୁ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ପାନ ନମ୍ବର ଯୋଡ଼ିବା ଆବଶ୍ୟକ ତାହା କରିବା ସହିତ ପ୍ରତ୍ୟେକ ଆକାଉଣ୍ଟ ସହିତ ଆଧାର ନମ୍ବର ଯୋଡ଼ିବା ଲାଗି ସେ କହିଛନ୍ତି ।