ଆଉ ବଢିବନି ବିଜୁଳି ଦର

ଆଉ ବଢିବନି ବିଜୁଳି ଦର

 ଆଉ ବଢିବନି ବିଜୁଳି ଦର
ଭୁବନେଶ୍ୱର: ଆସନ୍ତା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଦୁ୍ୟତ ଦର ଅପରିବର୍ତିତ ରହିଛି । ରାଜ୍ୟର ପ୍ରାୟ ୭୦ ଲକ୍ଷ ବିଦୁ୍ୟତ ଉପଭୋକ୍ତାଙ୍କୁ ଚଳିତ ଆର୍ଥିକ ବର୍ଷରେ ଉପଭୋକ୍ତାଙ୍କୁ ଚଳିତ ଆର୍ଥିତ ଦେୟ ଦେବାକୁ ହେବନାହିଁ । ଚଳିତ ଆର୍ଥିକ ବର୍ଷ ପାଇଁ ବିଦୁ୍ୟତ ଶୁଳ୍କ ଧାର୍ଯ୍ୟ କରାଯିବା ନେଇ ଗତ ଫେବୃଆରୀ ମାସରେ ଓଡିଶା ବିଦୁ୍ୟତ ନିୟାମକ ଆୟୋଗ(ଓଇଆରସି) ଙ୍କ ନିକଟରେ ଶୁଣାଣି ହୋଇଥିଲା । ତେବେ ଗତ ମାର୍ଚ୍ଚ ମାସରେ ଚଳିତ ଆର୍ଥିକ ବର୍ଷ ପାିଁ ବିଦୁ୍ୟତ ଶୁଳ୍କ ଘୋଷଣା କରାଯିବା କଥା । ହେଲେ ନିର୍ବାଚନ କମିସନଙ୍କ ଆଚରଣ ବିଧି ଯୋଗୁଁ ବିଦୁ୍ୟତ ଶୁଳ୍କ ସମ୍ପର୍କିତ ନିଷ୍ପତି ହୋଇପାରି ନଥିଲା । ନିର୍ବାଚନ ପରେ ଚଳିତ ବର୍ଷ ବିଦୁ୍ୟତ ଦର ବୃଦ୍ଧି ହେବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା । ତାହା ପୂର୍ବଭଳି ଓଇଆରସି ଅପରିବର୍ତିତ ରଖିଛନ୍ତି । ଓଇଆରସିର ନିଦେ୍ର୍ଧଶକ( ନିୟାମକ ବ୍ୟାପାର) ପ୍ରିୟବ୍ରତ ପଟ୍ଟନାୟକ ଏ ସମ୍ପର୍କରେ ସୋମବାର ସୂଚନା ଦେଇଛନ୍ତି ।