ସମ୍ପତି ବଢ଼ାଇବାରେ ସାରା ଦୁନିଆରେ ଆଦାନି ସବୁଠୁ ଆଗରେ

ସମ୍ପତି ବଢ଼ାଇବାରେ ସାରା ଦୁନିଆରେ ଆଦାନି ସବୁଠୁ ଆଗରେ

ସମ୍ପତି ବଢ଼ାଇବାରେ ସାରା ଦୁନିଆରେ ଆଦାନି ସବୁଠୁ ଆଗରେ
ନୂଆଦିଲ୍ଲୀ: ପ୍ରଥମ ପିଢ଼ିର ଭାରତୀୟ ଉଦ୍ୟୋଗୀ ଗୌତମ ଆଦାନି ଚଳିତ ବର୍ଷ ନୂଆ ସମ୍ପତି ସୃଷ୍ଟିରେ ରେକର୍ଡ କରିଛନ୍ତି । ସେ ୨୦୨୧ ରେ ୧୬.୨ ବିଲିୟନ ଡଲାର ବା ପ୍ରାୟ ୧୧୮୨୬୦ କୋଟି ଟଙ୍କାର ସମ୍ପତି ଯୋଡ଼ିଛନ୍ତି । ଫଳରେ ତାଙ୍କର ସମ୍ପତି ୫୦ ବିଲିୟନ ଡଲାର ବା ୩୬୫୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବ୍ଲୁମବର୍ଗ ବିଲିୟନେୟାର୍ସ ସୂଚୀରୁ ଏହା ଜଣାଯାଇଛି । ବିଶ୍ୱର ଶୀର୍ଷ ଧନୀ ବ୍ୟକ୍ତି ତଥା ଟେସଲାର ଏଲନ ମସ୍କ ଓ ଆମାଜନ କମ୍ପାନୀ ମୁଖ୍ୟ ଜେଫ ବେଜୋସଙ୍କ ତୁଳନାରେ ସେ ଅଧିକ ସମ୍ପତି ଯୋଗ କରିଛନ୍ତି । ଆଦାନିଙ୍କ ଅଧୀନରେ ଏବେ ବନ୍ଦରଠାରୁ ଆରମ୍ଭ କରି ବିମାନ ବନ୍ଦର, ଶକ୍ତି, ଡାଟା ସେଣ୍ଟର, କୋଇଲା ଖଣି ଆଦି ଏକାଧିକ ବ୍ୟବସାୟ ରହିଛି ।