ବିଧାୟକଙ୍କ ଚାଷ କାମକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ବିଧାୟକଙ୍କ ଚାଷ କାମକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ବିଧାୟକଙ୍କ ଚାଷ କାମକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ବିଭିନ୍ନ କାର୍ଯ୍ୟ ନେଇ ସବୁବେଳେ ଚର୍ଚ୍ଚିତ ରହୁଥିବା ବେଳେ ଏବେ ସେ ନିଜ ଚାଷ ଜମିରେ କାମ କରି ପ୍ରଶଂସିତ ହୋଇଚନ୍ତି । ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ତାଙ୍କର ଟ୍ୱିଟରେ ବିଧାୟକ ଶ୍ରୀ ରନ୍ଧାରୀ ପ୍ରତିବର୍ଷ ଦୁଇ ମାସ ଧାନ କ୍ଷେତ୍ରରେ କାମ କରୁଥିବାରୁ ଉଚ୍ଚ ପ୍ରଶଂସା କରିବା ସହ ଏହା ପ୍ରେରଣା ଦାୟୀ ବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀ ରନ୍ଧାରୀ କୁହନ୍ତି ଯେ ଯୁବକ କ୍ଷେତ୍ରରେ କାମ କରିବାକୁ କୁଣ୍ଠା ପ୍ରକାଶ କରିବା ଅନୁଚିତ ବୋଲି ଉଲ୍ଲେଖ କରିବା ସହ ଏ ସମ୍ପର୍କରେ ସେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଟ୍ୱିଟ୍‍ରେ ଲେଖିଛନ୍ତି । ସୂଚନା ଯୋଗ୍ୟ ବିଧାୟକ ଶ୍ରୀ ରନ୍ଧାରୀ ଲଗାତର ଭାବେ ୩ ଥର ବିଜୟୀ ହୋଇଥିବା ବେଳେ ସେ ବିଭିନ୍ନ ସମୟରେ ଭିନ୍ନ ଢ଼ଙ୍ଗରେ ସମାଜସେବା କାମ କରିଆସୁଛନ୍ତି । ଯାହାକି ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କୁ ଖୋଦ ଉପରାଷ୍ଟ୍ରପତି ପ୍ରଶଂସା କରିବା ଘଟଣା ରାଜ୍ୟରେ ଆଲୋଚନାର ବିଷୟ ହୋଇଛି । ଏ ସମ୍ପର୍କରେ ବିଧାୟକ ଶ୍ରୀ ରନ୍ଧାରୀଙ୍କ ପ୍ରତିକି୍ରୟା ନେବାରୁ ସେ ଉପରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇବା ସହ ଜଣେ ଚାଷୀ ଘରର ପୁଅ, ଚାଷ କାମ କରିବା ସହ ଲୋକଙ୍କ ସେବା କରିବାକୁ ଭଲ ପାଆନ୍ତି ବୋଲି କହିଛନ୍ତି ।