ଜୁନ ୬ରୁ ସଂସଦର ପ୍ରଥମ ଅଧିବେଶନ!

ଜୁନ ୬ରୁ ସଂସଦର ପ୍ରଥମ ଅଧିବେଶନ!

ଜୁନ ୬ରୁ ସଂସଦର ପ୍ରଥମ ଅଧିବେଶନ!
ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁନ ୬ ତାରିଖରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଜୁନ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଅନୁଷ୍ଠିତ ହେବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆସନ୍ତା ୩୦ ତାରିଖରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ଶପଥ ନେବ । ଏହାପରେ ୩୧ ତାରିଖରେ ନୂଆ ସରକାର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ମିଳିଥିବା ସୂଚନା ଅନୂଯାୟୀ ଜୁନ ୬ ତାରିଖରେ ସଂସଦରେ ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦବୋଧନ ଦେବେ । ସେହିଦିନ କାମଚଳା ବାଚସ୍ପତି ନିଯୁକ୍ତ ହେବାର ସମ୍ଭାବନା ମଧ୍ୟ ରହିଛି । ପ୍ରୋଟେମ ସ୍ପିକର ନିର୍ବାଚିତ ଏମପିମାନଙ୍କୁ ଶପଥ ପାଠ କରାଇବେ । ତେବେ ବାଚସ୍ପତି ନିର୍ବାଚନ ଆସନ୍ତା ଜୁନ ୧୦ ତାରିଖରେ ହେବାର ସମ୍ଭାବନା ରହିଛି ।