ବିଜେପିରେ ଭୋଜପୁରୀ ଅଭିନେତା ଦିନେଶ

ବିଜେପିରେ ଭୋଜପୁରୀ ଅଭିନେତା ଦିନେଶ

ବିଜେପିରେ ଭୋଜପୁରୀ ଅଭିନେତା ଦିନେଶ
ଲକ୍ଷେ୍ନø:ଲୋକପ୍ରିୟ ଭୋଜପୁରୀ ଅଭିନେତା ଦିନେଶ ଲାଲ ଯାଦବ ନିରହୁଆ ବିଜେପିରେ ଯୋଗ ଦେଇଛନ୍ତି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ତାଙ୍କ ଲକ୍ଷେ୍ନøସ୍ଥିତ ବାସଭବନରେ ସେ ବିଜେପିରେ ମିଶିଛନ୍ତି । ସେ ଆଜମଗଡ ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି ଆଶା କରାଯାଉଛି । ପ୍ରସିଦ୍ଧ ଭୋଜପୁରୀ ଅଭିନେତା ତଥା କଣ୍ଠଶିଳ୍ପୀ ଭାବେ ପରିଚିତ ଦିନେଶଙ୍କ ଲୋକପ୍ରିୟତା ଆଧାରରେ ଦଳ ତାଙ୍କୁ ଏଠାରୁ ପ୍ରାର୍ଥୀ କରାଇବେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଅନ୍ୟ ଜଣେ ପ୍ରସିଦ୍ଧ ଭୋଜପୁରୀ ଅଭିନେତା ରବି କିଶାନ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି ।