ଇଭିଏମ ହ୍ୟାକ କରୁଛନ୍ତି ରୁଷ ହ୍ୟାକର: ନାଇଡୁ

ଇଭିଏମ ହ୍ୟାକ କରୁଛନ୍ତି ରୁଷ ହ୍ୟାକର: ନାଇଡୁ

ଇଭିଏମ ହ୍ୟାକ କରୁଛନ୍ତି ରୁଷ ହ୍ୟାକର: ନାଇଡୁ
ମୁମ୍ବାଇ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ପୁଣିଥରେ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ନାଇଡୁ କହିଛନ୍ତି ଇଭିଏମକୁ ଯେକୌଣସି ସ୍ଥାନରୁ ମଧ୍ୟ ପରିଚାଳନା କରିହେବ । ରୁଷର କେତେକ ଲୋକ ଇଭିଏମ ହ୍ୟାକ କରୁଛନ୍ତି ବୋଲି ସେ ଶୁଣିଥିବା ମଧ୍ୟ ଦାବି କରିଛନ୍ତି । କୋଟି କୋଟି ଟଙ୍କା ବିନିମୟରେ ରୁଷର ହ୍ୟାକରମାନେ ଆପଣଙ୍କ ବିଜୟ ସୁନିଶ୍ଚିତ କରିପାରବେ ବୋଲି ମଧ୍ୟ ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଇଭିଏମର ବିଶ୍ୱସନୀୟତା ନଥିବା କାରଣରୁ ବିଶ୍ୱର ମାତ୍ର ୧୮ଟି ଦେଶ ଇଭିଏମ ବ୍ୟବହାର କରୁଛନ୍ତି ।