ଆଜିଠୁ ତୃତୀୟ ପର୍ଯ୍ୟାୟ ନାମାଙ୍କନ

ଆଜିଠୁ ତୃତୀୟ ପର୍ଯ୍ୟାୟ ନାମାଙ୍କନ

ଆଜିଠୁ ତୃତୀୟ ପର୍ଯ୍ୟାୟ ନାମାଙ୍କନ
ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିବେ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ସମ୍ବଲପୁର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଓ କେନ୍ଦୁଝର । ସମ୍ବଲପୁର ଲୋକସଭା ଅନ୍ତର୍ଗତ କୁଚିଣ୍ଡା, ରେଙ୍ଗାଲୀ, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ, ଛେଣ୍ଡିପଦା, ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । କେନ୍ଦୁଝର ଲୋକସଭା ଆସନ ଅଧିନରେ ଆସୁଥିବା ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ ବିଧାନସଭା ଆସନ ସହିତ ଢ଼େଙ୍କାନାଳ ଲୋକସଭା ଆସନ ଅଧିନରେ ଆସୁଥିବା ଢ଼େଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଂଗ, ପାଲଲହଡା, ତାଳଚେର ଅନୁଗୁଳ ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି କଟକ ନିର୍ବାଚନମଣ୍ଡଳ ଅଧୀନରେ ଥିବା ବଡମ୍ବା, ବାଙ୍କୀ, ଆଠଗଡ, ବାରବାଟୀ-କଟକ, ଚୌଦାର-କଟକ, କଟକ-ସଦର ଓ ଖଣ୍ଡପଡା ବିଧାନସଭା ନିର୍ବାଚନମଣ୍ଡଳୀ ସହିତ ପୁରୀ ଲୋକସଭା ଆସନ ଅନ୍ତର୍ଗତ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଏବଂ ନୟାଗଡ ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ଜାରି ହେବା । ଭୁବନେଶ୍ୱର ଲୋକସଭା ଆସନ ଅଧିନରେ ଆସୁଥିବା ଜୟଦେବ, ଭୁବନେଶ୍ୱର-ମଧ୍ୟ, ଭୁବନେଶ୍ୱର-ଉତର, ଭୁବନେଶ୍ୱର-ଏକାମ୍ର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିବେ । ଆସନ୍ତାକାଲିଠାରୁ ଏହି ସବୁ ଲୋକସଭା ଓ ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏପ୍ରିଲ ୫ରେ ନାମାଙ୍କନ ପତ୍ର ଯାଞ୍ଜ ହେବ ଓ ଏପ୍ରିଲ ୮ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଦିନ ଧାର୍ଯ୍ୟ କରାଯାଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଭୋଟ ଗ୍ରହଣ ହେବ ।