ସଂସଦ ଯିବେନି ଶିବସେନା
ସଂସଦ ଯିବେନି ଶିବସେନା
admin
Mar 23, 2020 - 06:46
Updated: Mar 23, 2020 - 06:46
ଧିରେ ଧିରେ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ଏପର୍ଯ୍ୟନ୍ତ ଦେଶର ୨୨ଟି ରାଜ୍ୟରେ ୩୯୭ ଜଣ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ଯେ, ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୮୯ ଜଣ କରୋନା ପଜିଟିଭରେ ଆକ୍ରାନ୍ତ। ଯାହା ସାରା ଦେଶରେ ସର୍ବାଧିକ। ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟର ୪ ପ୍ରମୁଖ ସହରକୁ ଲକଡାଉନ ଘୋଷଣା କରିଛନ୍ତି।
ଅପରପକ୍ଷେ ଶିବସେନାର ସାଂସଦ ମାନେ ସଂସଦରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ ବୋଲି ଶିବସେନା ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ସାଂସଦ ମାନେ ସଂସଦର କାର୍ଯ୍ୟରେ ଯୋାଗ ଦେବେ ନାହିଁ ବୋଲି ସୂଚନା ଦେଇଥିଲେ। ଆଜି ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ରାଜ୍ୟସଭା ଅଧିବେଶନର ସମୟସୀମା କମ୍ କରିବା ପାଇଁ ସର୍ବ ଦଳୀୟ ବୈଠକ ଡାକିଛନ୍ତି।