ନାମାଙ୍କପତ୍ର ଦାଖଲ କଲେ ସୁଶାନ୍ତ ସିଂ

ନାମାଙ୍କପତ୍ର ଦାଖଲ କଲେ ସୁଶାନ୍ତ ସିଂ

ନାମାଙ୍କପତ୍ର ଦାଖଲ କଲେ ସୁଶାନ୍ତ ସିଂ
ବରଗଡ଼ : ୨୦୧୯ ସାଧରଣ ନିର୍ବାଚନ ଦିନକୁ ଦିନ ସରଗରମ ହେବାକୁ ଲାଗିଛି । ଦଳୀୟ ଟିକେଟ ମିଳିବା ପରେ ପ୍ରାର୍ଥୀମାନେ ନିଜର ନାମାଙ୍କପତ୍ର ଦାଖଲ କରିବାରେ ଲାଗି ପଡିଛନ୍ତି । ଏହି କ୍ରମରେ ପଶ୍ଚିମ ଓଡିଶାର ଟାଣୁଆ ନେତା ମନ୍ତ୍ରୀ ସୁଶାନ୍ତ ସିଂ ଆଜି ନାମାଙ୍କପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକ, ପ୍ରସ୍ତାବକ ଓ ଦଳୀୟ କର୍ମୀଙ୍କ ଗହଣରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିିକ୍ତ ଜିଲାପାଳ ତପିରାମ ମାଝିଙ୍କ ନିକଟରେ ସେ ନାମାଙ୍କନପତ୍ର ଦାଖଲ କରିଥିଲେ। ଅନ୍ୟପଟେ ଏହି ଆସନ ପାଇଁ ଉଭୟ କଂଗ୍ରେସ ଏବଂ ଭାଜପା ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରିନାହାନ୍ତି। ୨୦୦୯ ସାଧାରଣ ନିର୍ବାଚନରୁ ମନ୍ତ୍ରୀ ସିଂ ଏହି ଆସନରେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ କ୍ରମାଗତ ଭାବେ ଉକ୍ତ ଆସନକୁ ଏ ପର୍ଯ୍ୟନ୍ତ ନିଜ ଦଖଲରେ ରଖିବାରେ ସକ୍ଷମ ହୋଇଛନ୍ତି। ତେବେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କର ଏହି ସଫଳତାକୁ ମନ୍ତ୍ରୀ ସିଂ ବଜାୟ ରଖିବାରେ କେତେଦୂର ସଫଳ ହେବେ ତାହା ମତଦାନ ଓ ନିର୍ବାଚନ ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହେବ।