୨୦ ରେ ବିଧାନସଭା ଘେରିବ ବିଜେପି

୨୦ ରେ ବିଧାନସଭା ଘେରିବ ବିଜେପି

୨୦ ରେ ବିଧାନସଭା ଘେରିବ ବିଜେପି
ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅପରାଧୀଙ୍କୁ ଗିରଫ କରିବା ଦାବିକୁ ପୁଣି ଜୋରଦାର କରିଛି ବିଜେପି । ଏହା ସହ କେନ୍ଦ୍ରୀୟ ଯୋଜନାର ଠିକ କି୍ରୟାନ୍ୱୟନ ପାଇଁ ଦାବି କରିଛି ଦଳ । ଏହି ଦୁଇଟି ପ୍ରସଙ୍ଗରେ ଆସନ୍ତା ୨୦ ତାରିଖରେ ବିଜେପି ପକ୍ଷରୁ ବିଧାନସଭା ଘେରାଉ କରିବ । ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୦୨୦ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇବା ଲକ୍ଷ୍ୟରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି । କିନ୍ତୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଛି । ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ବିଜେପି ନେତା ଶାରଦା ପ୍ରଧାନ ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିଲେ । ଏହି ଘଟଣାରେ ଶାସକ ଦଳ ନେତାଙ୍କ ପ୍ରୋତ୍ସାହନରେ ବିଜେଡି କର୍ମୀମାନେ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କଲେ । ପୂର୍ବରୁ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା ।