କୋଭିଡ ଆଣ୍ଟିବଡ଼ି ସହ ବିଶ୍ୱର ପ୍ରଥମ ଶିଶୁ ଜନ୍ମ, ଗର୍ଭାବସ୍ଥାରେ କୋଭିଡ ଟିକାର ପ୍ରଥମ ମାତ୍ରା ନେଇଥିଲେ ମହିଳା
କୋଭିଡ ଆଣ୍ଟିବଡ଼ି ସହ ବିଶ୍ୱର ପ୍ରଥମ ଶିଶୁ ଜନ୍ମ, ଗର୍ଭାବସ୍ଥାରେ କୋଭିଡ ଟିକାର ପ୍ରଥମ ମାତ୍ରା ନେଇଥିଲେ ମହିଳା
admin
Mar 19, 2021 - 10:25
Updated: Mar 19, 2021 - 10:25
ନୁ୍ୟୟର୍କ: ବିଶ୍ୱର ପ୍ରଥମ ଥର ପାଇଁ ଆମେରିକାର ଫ୍ଲୋରିଡାରେ ଜଣେ ଗର୍ଭବତୀ ଏପରି ଜଣେ ଶିଶୁକୁ ଜନ୍ମ ଦେଇଛନ୍ତି ଯାହା ଠାରେ ଅଭିନବ କରୋନା ବିରୋଧରେ ଲଢେ଼ଇ କରିବା ପାଇଁ ଆଣ୍ଟିବଡ଼ି ରହିଥିବା ଜଣାପଡ଼ିଛି । ମହିଳା ଜଣକ ଗର୍ଭାବସ୍ଥାରେ କୋଭିଡ ଟିକାର ପ୍ରଥମ ମାତ୍ରା ନେଇଥିବା ବେଳେ ଶିଶୁ ଠାରେ ଏପରି ଆଣ୍ଟିବଡ଼ି ବିକଶିତ ହେବା ବିରଳ ଘଟଣା ବୋଲି ଫ୍ଲୋରିଡା ସ୍ଥିତ ଆଣ୍ଟଲାଟିକ ବିଶ୍ୱ ବିଦ୍ୟାଳୟର ଗବେଷକମାନେ କହିଛନ୍ତି । ସୂଚନା ଅନୁଯାୟୀ, ସମ୍ପୃକ୍ତ ଗର୍ଭବତୀ ଜଣକ ତାଙ୍କ ଗର୍ଭାବସ୍ଥାର ସାଢେ଼ ୩୬ ସପ୍ତାହରେ ମଡର୍ଣ୍ଣ ଟିକାର ପ୍ରଥମ ମାତ୍ରା ଗ୍ରହଣ କରିଥିଲେ । ଏହାର ତିନି ସପ୍ତାହ ପରେ ସେ ସମ୍ପୂର୍ଣ୍ଣ ବିକଶିତ ଉକ୍ତ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ସେହି ନବଜାତକର ରକ୍ତ ନମୁନା ପରୀକ୍ଷା କରିବାରେ ସେଥିରେ କରୋନା ଭୂତାଣୁ ସାର୍ସ କୋଭ-୨ ବିରୋଧୀ ଆଣ୍ଟିବଡ଼ି ରହିଥିବା ସ୍ପଷ୍ଟ ହୋଇଥିଲା ।