ରାଜୀବଙ୍କୁ ନେଇ ରାଜ୍ୟ ନିରବ

ରାଜୀବଙ୍କୁ ନେଇ ରାଜ୍ୟ ନିରବ

ରାଜୀବଙ୍କୁ ନେଇ ରାଜ୍ୟ ନିରବ
କଲକାତା: କଲକାତା ପୂର୍ବତନ ପୁଲିସ କମିସନର ତଥା ଗୁଇନ୍ଦା ଏଡିଜି ରାଜୀବ କୁମାର ଯେକୌଣସି ସମୟରେ ଗିରଫ ହୋଇପାରନ୍ତି । ଏହି କ୍ଷେତ୍ରରେ ସୁପ୍ରିମ କୋର୍ଟ ତାଙ୍କ ସୁରକ୍ଷା କବଚକୁ ହଟାଇ ଦେବା ପରେ ରାଜ୍ୟ ସରକାର କାର୍ଯ୍ୟତଃ ନିରବ ରହିଛନ୍ତି । ତେଣୁ ରାଜୀବ କୁମାରଙ୍କୁ ଯେଉଁମାନେ ସମର୍ଥକ ସୂଚକ ମନ୍ତବ୍ୟ ଦେଉଥିଲେ ସେମାନେ ବର୍ତମାନ ପରିସ୍ଥିତିରେ ନିରବ ରହିଥିବା ଦେଖାଯାଏ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ଏହି ପୁଲିସ ଅଧିକାରୀଙ୍କୁ ହୁଏତ ଆଜି ରାତି ୧୨ଟା ପରେ ଗିରଫ କରାଯିବା ସମ୍ଭାବନାକୁ ଏଡାଇ ଦିଆଯାଉ ନାହିଁ । ଏଥିପାଇଁ ସିବିଆଇ ଅଧିକାରୀମାନେ ପ୍ରସ୍ତୁତ ହେଉଛନ୍ତି । ସିବିଆଇ ସୂତ୍ରରୁ ଜଣାପଡିଛି ଯେ ରାଜୀବ କୁମାରଙ୍କୁ ଜେରା ପାଇଁ ଡକାଯାଇଛି । ତେଣୁ ଆଶଙ୍କା କରାଯାଉଛି ଯେ ଏହି ଜେରା ସମୟରେ ଯଦି ତଥ୍ୟ ଅସଙ୍ଗତି ରହେ, ତେବେ ସିବିଆଇ ତାଙ୍କୁ ଗିରଫ କରିବ । ସୁପ୍ରିମ କୋର୍ଟରେ ରାଜୀବ କୁମାର ଧକ୍କା ଖାଇବା ପରେ କଲକାତା ହାଇକୋର୍ଟରେ ଆବେଦନ କରିଛନ୍ତି । ସଂପ୍ରତି ଅଦାଲତରେ ଆଇନଜୀବୀଙ୍କ ଆନେ୍ଦାଳନ ମେଂଟିଥିବାରୁ ହୁଏତ ଖୁବ ଶୀଘ୍ର ଯଥାଯଥ ରାୟ ମିଳିବ । ତେବେ ଏହା ପୂର୍ବରୁ ସିବିଆଇ ଯେଉଁ ପ୍ରକାର ତପôରତା ପ୍ରକାଶ କରିଛି, ସେଥିରେ ଗିରଫ ଆଶଙ୍କା ଅଧିକ ରହିଛି ।