ଯୁଦ୍ଧ ବିମାନ ଉଡାଇ ପାରନ୍ତି ଅଭିନନ୍ଦନ

ଯୁଦ୍ଧ ବିମାନ ଉଡାଇ ପାରନ୍ତି ଅଭିନନ୍ଦନ

ଯୁଦ୍ଧ ବିମାନ ଉଡାଇ ପାରନ୍ତି ଅଭିନନ୍ଦନ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପୁଣି ଥରେ ଉଡାଇବେ ଯୁଦ୍ଧ ବିମାନ । ଏଥିପାଇଁ ତାଙ୍କୁ ବେଙ୍ଗାଲୁର ସ୍ଥିତ ଇନଷ୍ଟିଚ୍ୟୁଡ ଅଫ୍ ଏୟାରଫୋର୍ସ ମେଡିସିନଠାରୁ ଅନୁମତି ନେବାକୁ ପଡିବ । ଏଠାରେ କମାଣ୍ଡର ପୁଣି କେତେକ ଟେଷ୍ଟ ଦେବାକୁ ପଡିବ । ଏହାପରେ ତାଙ୍କୁ ଯୁଦ୍ଧ ବିମାନ ଉଡାଇବାକୁ ଅନୁମତି ମିଳିବ। ଏନେଇ ବାୟୁସେନାର ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ଫେବୃୟାରୀରେ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା କରିଥିବା ବିମାନ ଆକ୍ରମଣରେ ଅଭିନନ୍ଦନଙ୍କର ମୁଖ୍ୟ ଭୂମିକା ଥିଲା। ଆଉ ପାକିସ୍ତାନ ସେନାଙ୍କ ହାତରେ ଧରାପଡି ସେ ସେଠାରେ ଖୁବ୍ କଷ୍ଟ ସହିବା ପରେ ପାକିସ୍ତାନ ସେନା ତାଙ୍କୁ ଭାରତକୁ ସମର୍ପଣ କରିଥିଲେ।