୧୩ ବର୍ଷ ଧରି ଭଡ଼ାଘରର ବିଦୁ୍ୟତ ଦେୟ ଦେଇନଥିଲେ ଶିବରାଜ

୧୩ ବର୍ଷ ଧରି ଭଡ଼ାଘରର ବିଦୁ୍ୟତ ଦେୟ ଦେଇନଥିଲେ ଶିବରାଜ

୧୩ ବର୍ଷ ଧରି ଭଡ଼ାଘରର ବିଦୁ୍ୟତ ଦେୟ ଦେଇନଥିଲେ ଶିବରାଜ
ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଦିଶାରେ ଦୀର୍ଘ ୧୩ ବର୍ଷ ଧରି ଯେଉଁ ଭଡ଼ା ଘର ନେଇଥିଲେ ତାହାର ବିଦୁ୍ୟତ ବିଲ ସେ ଭରି ନାହାନ୍ତି । ମଧ୍ୟପ୍ରଦେଶ ବିଜୁଳି ବିତରଣ କମ୍ପାନୀ ପକ୍ଷରୁ ଏନେଇ ଶିବରାଜ ସିଂହ ଚୌହାନଙ୍କୁ ଗତ ସପ୍ତାହରେ ୧,୨୨,୮୩୩ ଟଙ୍କାର ବିଦୁ୍ୟତ ବିଲ ଦିଆଯାଇଥିଲା । ଆଜି କଂଗ୍ରେସ ଏହି ମାମଲାରେ କହିଛି ଯେ ଶିବରାଜ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ମୁଖ୍ୟମନ୍ତ୍ରୀ ଅଫିସକୁ ଅପମାନିତ କରିଥିବା ସେ ଲଜ୍ଜା ଅନୁଭବ କରିବା ଉଚତ୍ ବୋଲି ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ଜିତୁ ପଟ୍୍ୱାରୀ କହିଛନ୍ତି । ବିଦୁ୍ୟତ ଦରବୃଦ୍ଧି ନେଇ ଶିବରାଜ ଏବେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଏକଜୁଟ କରି ଆନେ୍ଦାଳନ କରୁଛନ୍ତି ।