ଛେନା ଝିଲ୍ଲିକୁ ଜିଆଇ ଟ୍ୟାଗ୍ ପାଇଁ ସର୍ଭେ ଆରମ୍ଭ
ଛେନା ଝିଲ୍ଲିକୁ ଜିଆଇ ଟ୍ୟାଗ୍ ପାଇଁ ସର୍ଭେ ଆରମ୍ଭ
admin
Sep 25, 2019 - 07:15
Updated: Sep 25, 2019 - 07:15
ନିମାପଡ଼ା : ନିମାପଡ଼ାର ପ୍ରସିଦ୍ଧ ଛେନା ଝିଲ୍ଲିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ନିମନ୍ତେ ଜିଆଇ ଟ୍ୟାଗ ପାଇଁ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ନିମାପଡ଼ାରୁ ଆରମ୍ଭ ହୋଇଛି । ସ୍ୱାଦିଷ୍ଟ ଛେନା ଝିଲ୍ଲି ପାଇଁ ନିମାପଡ଼ା ପ୍ରସିଦ୍ଧ ହୋଇଥିବା ବେଳେ ଗବେଷକ ଅସିତ ମହାନ୍ତିଙ୍କ ନେତୃତ୍ୱରେ ଏକ ଦଳ ଆଜି ନିମାପଡ଼ାରେ ପହଞ୍ଚି ଥିଲେ । ଛେନା ଝିଲ୍ଲିର ଉପôତ୍ତି, କି ଭଳି ପ୍ରସ୍ତୁତ କରାଯାଉଛି, ଏହାର ସ୍ରଷ୍ଟାଙ୍କ ବିଷୟରେ ଜାଣିବା ପାଇଁ ଆଜି ତ ମହାନ୍ତି, ବିଜ୍ଞାନ ଓ କାରିଗର ବିଭାଗର ବୈଜ୍ଞାନିକ ସୁଶାନ୍ତ ରାଉତ ଏବଂ ଉକ୍ରଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘର ରାଜ୍ୟ ସଭାପତି ବିମ୍ବାଧର ବେହେରା ନିମାପଡ଼ା ବଜାରରେ ଛେନା ଝିଲ୍ଲି ପ୍ରସ୍ତୁତ କରୁଥିବା ଦୋକାନୀମାନଙ୍କ ସହ ଏହାର ଐତିହ୍ୟ, ଇତିହାସ ଓ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଛେନା ଝିଲ୍ଲିକୁ ଜିଆଇ ଟ୍ୟାଗ ମିଳିଲେ ଏହା ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପାଇପାରିବ । ଏହି ତିନି ଜଣିଆ କମିଟି ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦେବା ପରେ ନିମାପଡ଼ା ଛେନା ଝିଲ୍ଲିକୁ ଜିଆଇ ମାନ୍ୟତା ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ନିମାପଡ଼ା ଛେନା ଝିଲ୍ଲି ସମେତ ଅନ୍ୟାନ୍ୟ ସାମଗ୍ରୀକୁ ଜିଆଇ ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ଗତ ବିଧାନସଭା ଅଧିବେଶନରେ ପ୍ରସ୍ତାବ ଦେଇଥିଲେ ।