ଭିଆରଏସ ନେଲେ ଆଦିତ୍ୟ ପାଢୀ

ଭିଆରଏସ ନେଲେ ଆଦିତ୍ୟ ପାଢୀ

ଭିଆରଏସ ନେଲେ ଆଦିତ୍ୟ ପାଢୀ
ଭୁବନେଶ୍ୱର:ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ସ୍ୱେଚ୍ଛାକୃତ ଭାବେ ଅବସର ନେଇଛନ୍ତି । ନୂଆ ନିଯୁକ୍ତିକୁ ଅନୁମୋଦନ ପରେ ମୁଖ୍ୟ ସଚିବ ପଦ ଛାଡିଛନ୍ତି । ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ନୂଆ ନିଯୁକ୍ତିକୁ ରାଜ୍ୟପାଳ ଗଣେଶ ଲାଲଙ୍କ ଅନୁମୋଦନ ମିଳିଛି । ଓଡ଼ିଶାରେ ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଶାସନ ଭାର ଗ୍ରହଣ କରି ଗାଦୀରେ ବସିବା ପରେ ବିଜେଡ଼ି ସୁପ୍ରିମୋ ପ୍ରଶାସନିକସ୍ତରରେ ବଡ଼ ଧରଣର ଅଦଳବଦଳ କରୁଛନ୍ତି । ଏହି କ୍ରମରେ ଆଜି ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି । ଆଦିତ୍ୟ ପାଢୀଙ୍କ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିବା ପରେ ଏବେ ମୁଖ୍ୟ ଶାସନ ସଚିବ ପଦରେ କାହାକୁ ଦାୟିତ୍ୱ ଦିଆଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଆଦିତ୍ୟ ପାଢୀ ୧୯୮୩ ବ୍ୟାଚର ଜଣେ ଆଇଏଏସ ଅଧିକାରୀ। ସେ ଆସନ୍ତା ଫେବୃଆରୀରେ ଅବସର ନେଇଥାନ୍ତେ।